୪୫ କରୋନା ଆକ୍ରାନ୍ତ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ କରୋନାର ଥମିନାହିଁ । ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଆଜି ସୋମବାର ଦିନ ଜିଲ୍ଲାରେ ମୋଟ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୫ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ, ଗୋଷାଣୀ ବ୍ଲକରୁ ୧୩ଜଣ, ଗୁମ୍ମା ବ୍ଲକରୁ ୧୦ ଜଣ, କାଶୀନଗର ବ୍ଲକରୁ ୧୨ଜଣ, ଆର୍.ଉଦୟଗିରି ବ୍ଲକରୁ ଜଣେ ଏବଂ ରାୟଗଡ ବ୍ଲକରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି ।


