୩୭ କରୋନା ଆକ୍ରାନ୍ତ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ କରୋନାର ଥମିନାହିଁ । ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଆଜି ମଙ୍ଗଳବାର ଦିନ ଜିଲ୍ଲାରେ ମୋଟ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩୭ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୫ଜଣ, ଗୋଷାଣୀ ବ୍ଲକରୁ ୩ଜଣ, ଗୁମ୍ମା ବ୍ଲକରୁ ୭ ଜଣ, କାଶୀନଗର ବ୍ଲକରୁ ୩ଜଣ, ମୋହନା ବ୍ଲକରୁ ୯ଜଣ, ଆର୍.ଉଦୟଗିରି ବ୍ଲକରୁ ୮ଜଣ ଏବଂ ରାୟଗଡ ବ୍ଲକରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି ।


