ମାନସଙ୍କ ନିର୍ବାଚନ ପ୍ରଚାର ଜୋରଦାର
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ନେତା ମାନସ ଦତ୍ତ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଧୁଆଁଧାର ପ୍ରଚାର । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଆଜି ସକାଳେ ଶ୍ରୀ ଦତ୍ତ ରାଇସୁଆଁ ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପନିଂ ଆରମ୍ଭ କରି ସାଧାରଣ ଜନତାଙ୍କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାର ଓଡିଶାବାସୀଙ୍କ ପାଇଁ ହାତଖୋଲା ସହାୟତା ପ୍ରଦାନ କରୁଥିବା ବେଳେ ଏଠି ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଛନ୍ତି । ଶ୍ରୀ ଦତ୍ତ କହିଛନ୍ତି ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି କେବଳ ପ୍ରତିଶୃତିରେ ସୀମିତ ରହିଯାଇଛି । ଉପ ନିର୍ବାଚନକୁ ୧ ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ପଞ୍ଚାୟତ ବାସୀ ପରିବର୍ତ୍ତନ ପାଇଁ ମନ ବଳାଇ ସାରିଲେଣି ବୋଲି ଶ୍ରୀ ଦତ୍ତ ଦୃଢୋକ୍ତି ପରିପ୍ରକାଶ କରିଛନ୍ତି । ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବାଜିମାତ କରିବ ଓ ପଞ୍ଚାୟତରେ ବିକାଶର ନୂଆ ସୂର୍ଯ୍ୟୋଦୟ ହେବ ବୋଲି ସଦର ନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମ୍ମରେ ୨୯ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ୨୮ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ, ଦୁବୁଲାଗଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ମାନ୍ନା ଓ ସମିତିସଭ୍ୟ ପ୍ରାର୍ଥୀ ରବୀନ୍ଦ୍ର ଜେନା, ରାଇସୁଆଁ ସରପଞ୍ଚ ପ୍ରାର୍ଥୀ ରାକେଶ କୁମାର ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ଦୀନବନ୍ଧୁ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପଞ୍ଚାୟତ ସଭାପତି ହରେକୃଷ୍ନ ମାନ୍ନା ଓ ନିରଞ୍ଜନ ଜେନା, ସେଖ ଆକବର, କାଶୀନାଥ ଦାସ, ହରିନାରାୟଣ ମଲ୍ଲିକ, ରଜତ ସାମଲ, ଅନନ୍ତ ନାୟକ, ମଧୁ ମହାନ୍ତି, ପୂର୍ଣ୍ଣିମା କମିଳା, କଲ୍ୟାଣି ଦାସ, ସେଖ ଶାହାରୁଖ, ବାସୁ ସିଂ, ବଂଶୀ ସିଂ, ଅର୍ଜୁନ ପାତ୍ର, ସଞ୍ଜୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


