ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ଗାଈ ଚରାଳି ଙ୍କ ମୃତ୍ୟୁ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀ ମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣ ରେ ଜଣେ ୨୨ ବର୍ଷୀୟ ଯୁବକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଯୁବକ ଜାଣଙ୍କ କିଆମୁଣ୍ଡା ଗାଁ ର ପ୍ରିୟରଞ୍ଜନ କହଁର ଓରଫ ପିଙ୍କୁ କହଁର ବୋଲି ସୂଚନା ଜଣାପଡିଛି l ମଙ୍ଗଳବାର ଏହି କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ରାସ୍ତା କାମ କୁ ବିରୋଧ କରି ସମ୍ପୃକ୍ତ ଠିକା ସଂସ୍ଥା ର ଦୁଇଟି ଜେସିବି ପୋଡିଦେବା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ଜାଗାରେ ଲ୍ୟାଣ୍ଡ ମାଇଣ୍ଡ ଖଞ୍ଜିଥିଲେ l ତେବେ କିଆମୁଣ୍ଡା ଗାଁ ର ମୃତ ଯୁବକ ଜଣକ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଲ୍ୟାଣ୍ଡ ମାଇଣ୍ଡ ସଂସ୍ପର୍ଶ ରେ ଆସିବାରୁ ବୋମା ଟି ଫୁଟି ଯାଇଥିଲା l ଫଳରେ ଯୁବକ ଜଣକ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଅନ୍ୟପଟେ ମଙ୍ଗଳ ବାର ଘଟଣା ସ୍ଥଳରେ ପୋଲିସ ସହ ସନ୍ଧନୀ କୁକୁର ଦଳ ଯାଇ ଗୋଟିଏ ବୋମାକୁ ଫୁଟାଇଥିବା ବେଳେ ଆଉ ଗୋଟିଏ ବୋମା କୁ ନିଷ୍କ୍ରିୟ କରିଥିଲେ l ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକପ୍ରକାର ଭାୟର ବାତାବରଣ ଦେଖିବାକୁ ମିଳିଛି l


