ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ସିମାନ୍ତ ବାମନଘାଟୀ ଓ ପଞ୍ଚପୀଢ ଉପଖଣ୍ଡରେ ରାହାଜାନୀ, ଛିନତାଇ, ଲୁଟେରା ହୁ ହୁ ବୃଦ୍ଧି ପାଉଛି ଯାହାକୁ ନେଇ ଅଂଚଳବାସୀ ଭୟଭୀତ ଥିବାବେଳେ ପୋଲିସ ଚିନ୍ତିତ ପୋଲିସ ଏଭଳି ଘଟଣାକୁ ହାଲୁକା ନ ନେଇ ତନାଘନା ଜାରି ରଖିଛି ଏବଂ ସଫଳ ମଧ୍ୟ ପାଇଛି । ସୂଚନାଯୋଗ୍ୟ ଗତ ଫେବୃଆରୀ ୨ ତାରିଖ ଦିନ ଆର୍ଥିକ ଋଣ ସଂସ୍ଥା ଭାରତ ଫାଇନାନ୍ସ ରାଇରଙ୍ଗପୁର ବ୍ରାଞ୍ଚର କାର୍ଯ୍ୟରତ ମେନେଜର ନିଶାକର ମଲ୍ଲିକ ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଓ କଇଁପୁର ଗ୍ରାମକୁ ଋଣ ଇନଷ୍ଟାଲମେଣ୍ଟ ଅର୍ଥ ସଂଗ୍ରହ କରି ନିଜ ବାଇକରେ ରାଇରଙ୍ଗପୁର ନିଜ କାର୍ଯ୍ୟାଳୟକୁ ଅପରାହ୍ନ ୧.୫୪ ସମୟରେ ବାଇକରେ ଫେରୁଥିବାବେଳେ ଲକ୍ଷ୍ମୀପୋଷୀ ରାସ୍ତାର ନିର୍ଜନ ସ୍ଥାନରେ ଏକ ହିରୋହୋଣ୍ଡା ସୁପର ସ୍ପେଲେଣ୍ଡର ବାଇକ (ଯେ ଏଚ-୦୬ପି-୧୩୯୬)ରେ ୩ଜଣ ଅଜଣା ଦୁର୍ବୁର୍ତ୍ତ ପଛପଟୁ ଆସି ତାଙ୍କ ଏୟାର ବେଗ ଯେଉଁଥିରେ କି ୧୪,୮୦୫ଟଙ୍କା , ସାମସଙ୍ଗ ଟାବଲେଟ ଏବଂ ବାଇଓମେଟ୍ରିକ ମେସିନ ଛଡ଼ାଇ ନେଇ ଦୃତ ଗତିରେ ଚମ୍ପଟ ମାରି ଖସି ପଳାଇଥିଲେ ।ଘଟଣାକୁ ନେଇ ନିଶାକର ମଲ୍ଲିକ ନିଜ ଅଫିସକୁ ଜଣାଇବା ସହ ୧.୪୫ ରେ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଏକ ମାମଲା କେଶ ନଂ ୧୪/୨୦୨୨ ରୁଜୁ ହୋଇଥିଲା ଏବଂ ପୋଲିସ ଛାନଭିନ ଆରମ୍ଭ ହୋଇଥିଲା ‌। ପୋଲିସ ଘଟଣାସ୍ଥଳରେ ପହଞ୍ଚି, ସାକ୍ଷୀ, ପାରିପାର୍ଶ୍ବିକ ଅବସ୍ଥା ଏବଂ ତାଳଗାଁ ବଜାରର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଶେଷରେ ଦୁବୃତ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସକ୍ଷମ ହୋଇଥିଲା । ପୋଲିସ ପଡୋଶୀ ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍କାର‌ ମଝିଗାଁ ଥାନା ଅନ୍ତର୍ଗତ ମଝିଗାଁର ଏମଡି ମୁବାରକ(୨୩) ଏବଂ ଅବଦୁଲ କୟମ(୨୩) ଙ୍କୁ ଗିରଫ କରିଥିଲେ ଦୁଇ ଦୋଷୀ ଦୋଷର ସ୍ବିକାର କରିଥିଲେ । ଏଥିରେ ସଂପୃକ୍ତି ନେଇ ଅନ୍ୟ ଜଣେ ଫେରାର ଅଛି ।ପୋଲିସ ଅବଦୁଲ କୟମ ଠାରୁ ରେଡି ମୋବାଇଲ ଫୋନ,୪,୫୮୦ଟଙ୍କା(୯ଟି ୫୦୦ଟଙ୍କ),୨୦,ଟଙ୍କା,୧୦ଟଙ୍କାଜବତ କରିଥିବା ବେଳେ ଏମବିଏ ମୁବାରକ ପାଖରୁ ଭିଣୋଇ ମୋବାଇଲ ଜବତ କରିଥିଲେ । ଆନ୍ତଃରାଜ୍ୟ ଲୁଟରେ ଲୁଟ କରିଥିବା ନୀଳରଙ୍ଗର ଏୟାର ବେଗ,ଓ ଆଧାର କାର୍ଡକୁ ଲକ୍ଷ୍ମୀପୋଷୀ ରାସ୍ତାକଡ ଖେଳ ପଡ଼ିଆରେ ପକାଇଥିବା ସ୍ବିକାର କରିଥିଲେ ଯାହାକା ପୋଲିସ ଉଦ୍ଧାର କରିଥିଲା । ସୋମବାର ଦିନ ଅପରାହ୍ନ ୧.୩୦ରେ ଏସଡିପିଓଙ୍କ କାର‌୍ୟ୍ୟାଳୟ ପରିସରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଆରକ୍ଷୀ ଅଧିକ୍ଷକ ମନୋରଂଜନ ବିଶ୍ୱାଳ ଖବରଦାତା ସମ୍ମିଳନୀରେ କହିଥିଲେ । ଏହି ଲୁଟେରା ମାନେ ରାଇରଙ୍ଗପୁର,ରରୁଆଁ ଯଶିପୁର ଅଂଚଳର ବିଭିନ୍ନ ଲୁଟ ମାମଲାରେ ଏମାନଙ୍କର ସଂପୃକ୍ତି ସନ୍ଦେହ କରାଯାଉଛି । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ରାଇରଙ୍ଗପୁର ଟାଉନଥାନଧିକାରୀ ଅଭୟ ସୁଦର୍ଶନ ବାଗେ,ଜାମଦା ଥାନା ଓଆଇସି କମଳାକାନ୍ତ ଦାସ, ବାଦାମ ପାହାଡ଼ ଥାନାଧିକାରୀ ଅୟସକାନ୍ତ ଯେନା ଏବଂ ଅନ୍ୟ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଦୁଇ ଲୁଟେରାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ