ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ପ୍ରଚାର
ବ୍ରହ୍ମପୁର, (ସୁନୀଲ କୁମାର ସାହୁ) :- ୫୩ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତି କାଜଲ ପାତ୍ରଙ୍କ ହଳଦିଆପଦର ପଞ୍ଚାୟତ ସ୍ଥିତ ସଦାନନ୍ଦ ବିହାର ଠାରେ ପ୍ରଚାର । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭୂବନେଶ୍ୱର ବିଧାୟକ ପାର୍ଥି ଜଗନ୍ନାଥ ପ୍ରଧାନ, ମନୋଜ ପଟନାୟକ, ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡଙ୍ଗୀ, ରାଜେଶ ସାହୁ, ବାଳକୃଷ୍ଣ ସାମନ୍ତରା, ସୁନିଲ କୁମାର ସାହୁ, ମୋଦନ ମୋହନ ପାତ୍ର,ସନତ୍ ନାୟକ,ପ୍ରଦୀପ ମିଶ୍ର, ସୁନିଲ ପାତ୍ର,ଶିବ ଶଙ୍କର ନାୟକ, ବିନୋଦ ସିଂ, ସୁଶିଳା ମଲ୍ଲିକ,ନିବେଦିତା ପାଢ଼ୀ, ସରିତା ପାତ୍ର, ନର୍ମଦାମଣି ରାଜୁ, ନଳିନୀ ସାହୁ, ରବି ନାରାୟଣ ସାବତ,ପି.ରାଜେନ୍ଦ୍ର କୁମାର ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ ।


