କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମପଞ୍ଚାୟତ ରେ ଆସନ୍ତା ୧୮ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏହି ଗ୍ରାମପଞ୍ଚାୟତର ମତଦାତା ସଂଖ୍ୟା ୫୧୫୦ଜଣ । ଏହି ଗ୍ରାମପଞ୍ଚାୟତରେ ଦ୍ବିମୁଖୀ ପ୍ରତିଦ୍ୱନ୍ଦିତା ହେବ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଶ୍ୱଜିତ ସ୍ୱାଇଁ (ଅଖୁ) କୋଭିଡ କଟକଣା ମଧ୍ୟରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ସେବା ପ୍ରଦାନ କରିବା ପାଇଁ ଭୋଟର ମାନଙ୍କ ସହଯୋଗ କାମନା କରିଛନ୍ତି । ଏହି ଗ୍ରାମପଞ୍ଚାୟତକୁ ଏକ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ, ସ୍ନେହ ଓ ସଦିଚ୍ଛା ପ୍ରଦାନ ବିଶ୍ୱଜିତଙ୍କ ଏକାନ୍ତ କାମ୍ୟ । ସେ ଜଣେ ଯୁବ ସଂଗଠକ ଓ ସମାଜସେବୀ ଭାବେ ପରିଚିତ । ଏହି ଗ୍ରାମପଞ୍ଚାୟତର ବନ୍ୟା ଓ ବାତ୍ୟା ତଥା ମହାମାରୀ ସମୟରେ ଜନସାଧାରଣଙ୍କ ସେବା କରି ସିମିଳି ଗ୍ରାମ ପଞ୍ଚାୟତରେ ଏକ ନିଆରା ବ୍ୟକ୍ତିତ୍ୱ ଭାବେ ଭୋଟର ମାନଙ୍କ ମହଲରେ ପରିଚୟ ସୃଷ୍ଟି କରିପାରିଛନ୍ତି । ଚଳିତ ନିର୍ବାଚନରେ ତାଙ୍କୁ ସୂର୍ଯ୍ୟ ଚିହ୍ନରେ ମୋହର ମାରି ଜିତାଇବାକୁ ବିଶ୍ୱଜିତ ପଂଚାୟତର ୧୬ଗୋଟି ଓ୍ବାର୍ଡରେ ମାରାଥନ ପ୍ରଚାର ଚଳାଇଛନ୍ତି ।


