ତିର୍ତ୍ତୋଲର ମାନ୍ୟବର ବିଧାୟକଙ୍କର ମାରାଥନ ପ୍ରଚାର
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ) :-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରାମପଞ୍ଚାୟତରେ ତିର୍ତ୍ତୋଲର ମାନ୍ୟବର ବିଧାୟକ ଶ୍ରୀ ବିଜୟଶଙ୍କର ଦାସ ପ୍ରଚାର କରିଛନ୍ତି । ବିଧାୟକ ଶ୍ରୀ ଦାସ ପଞ୍ଚାୟତର ନରସିଂହପୁର, ଅଇନିପୁର ଓ ବରୁଣପଡ଼ା ଠାରେ ସଭା କରି ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ ବେହେରା, ବିଜେଡ଼ି ସମର୍ଥିତ ସରପଂଚ ପ୍ରାର୍ଥୀ ନିହାର କୁମାର ମହାନ୍ତି (ଚିନୁ), ସମିତି ସଭ୍ୟା ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ(ଉତି)ଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ । ଏହି ସଭାରେ ପଞ୍ଚାୟତର ପୂର୍ବତନ ସରପଂଚ ବିଭୂତିଭୂଷଣ ଦାଶ, ପୂର୍ବତନ ସମିତି ସଭ୍ୟ ଦିଲୀପ ମହାନ୍ତି, ପଞ୍ଚାୟତ ବିଜେଡ଼ି ସଭାପତି ବସନ୍ତ ମହାରଣା, ସଂଖ୍ୟାଲଘୁ ପଞ୍ଚାୟତ ବିଜେଡ଼ି ସଭାପତି ଅନୱର୍ ଖାନ, ଅକ୍ଷୟ ଦାଶ, ମୋହନ ଚରଣ ଜେନା, ସୁଶାନ୍ତ ଦାସ, ପବିତ୍ର ପ୍ରଧାନ, ସୁଧି ଚାନ୍ଦ, ଜିତେନ୍ଦ୍ର ଖୁଣ୍ଟିଆ, ସଚିତ୍ର ମୁଦୁଲି,ବିଜୟ ମୁଦୁଲି,ଗଗନ ପାତ୍ର,ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର,ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ପ୍ରଭୁପ୍ରସାଦ ଦାଶ, ବ୍ଲକ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଓ ସମର୍ଥକଯୋଗ ଦେଇଥିଲେ ।


