ବସ ଧକ୍କାରେ ଅଜଣା ଯୁବକଙ୍କ ମୂର୍ତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଦିଗପହଣ୍ଡି- ମୋହନାରାସ୍ତାର ଡେଙ୍ଗାଓସ୍ତା ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଜଣା ଯୁବକଙ୍କ ମୂର୍ତ୍ୟୁ ଘଟିଛି । ଘଟଣା ସ୍ଥଳରୁ ମୃତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟୀ ସ୍ୱାସ୍ଥକେନ୍ଦ୍ରକୁ ଆଣିଛନ୍ତି । ଅପରପକ୍ଷେ ଏହି ଦୁର୍ଘଟଣାରେ ସମ୍ପୃକ୍ତି ଥିବା ଦିଲଖୁସ ନାମକ ଘୋରଇ ବସ ଓ ଏହାର ଚାଳକ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଚାଳକଙ୍କ ସୁଚନା ପ୍ରକାରେ ଗାଡି ଚଳାଇ ଚିତ୍ରକୋଣ୍ଡାରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଡେଙ୍ଗାଓସ୍ତା ଆଦର୍ଶ ବିଦ୍ୟାଳୟ ନିକଟରେ ମୃତ ଯୁବକ ଜଣଙ୍କ ଅଚାନକ ତାଙ୍କ ଗାଡି ସମ୍ନାକୁ ଚାଲି ଆସିବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି । ଆଜି ସକାଳୁ ଦିଗପହଣ୍ଡି ପୋଲିସି ଗୋଷ୍ଟୀ ସ୍ୱାସ୍ଥକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠେଇଛନ୍ତି । ଏନେଇ ଥାନା କେସ ନଂ-୬୫/୨୨ ଅନୁଯାଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇ.ଆଇ.ସି ବସନ୍ତ କୁମାର ସେଠୀ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ