୪୨ ନମ୍ବର ବୁଥରେ ବିଧାୟକଙ୍କ ନିର୍ବାଚନ ପ୍ରଚାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକରେ ଫେବୃଆରୀ ୧୮ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳ ବୁଧବାର ଥିଲା ନିର୍ବାଚନ ପ୍ରଚାରର ଶେଷ ଦିନ। ଶେଷ ଦିନରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକର ୪୨ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଙ୍ଗ, ଗୋଳାବନ୍ଧ ଓ ମୋଟାବାଡ଼ି ତିନି ଗୋଟି ଗ୍ରାମରେ ନିର୍ବାଚନ ପ୍ରଚାର ଜରିଥିଲେ। ୪୨ ନମ୍ବର ଜୋନ ଜିଲ୍ଲା ପରିଷଦ ପାର୍ଥି ଗଙ୍ଗାପାଣି ଜେନାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିବା ସହ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପାର୍ଥିଙ୍କୁ ବିପୁଳ ମାତ୍ରାରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ