୪୬ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀନୀଙ୍କ ମାରାଥନ ପ୍ରଚାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୨ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେଡି ତା’ର ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛି । ଏହି ଜୋନଟି ଗତଥର ବିଜେପି ହାତରେ ଥିବାବେଳେ ଚଳିତବର୍ଷ ବିଜେଡି ଏହାକୁ ଦଖଲ କରିବାକୁ ଦିର୍ଘ ୭ମାସ ହେଲା ସବୁ ପ୍ରକାର କସରତ୍ କରିଛି । ଚଳିତ ଥର ଲିପିକା ମଣ୍ଡଳଙ୍କ ମଥାରେ ବିଜେଡି ଜିଲ୍ଲା ପରିଷଦ କଳସ ଢାଳିଛି । ସେ ଏହା ପୂର୍ବରୁ ସୁଦର୍ଶନପୁର ପଞ୍ଚାୟତର ସମିତି ସଭ୍ୟା ଭାବେ ସୁଚାରୁରୂପେ ଦାୟିତ୍ଵ ତୁଲାଇଥିଲେ । ରାଜନୀତି ଅଭିଜ୍ଞତା ନେଇ ସେ ୪୬ ନମ୍ବର ଜୋନର ସବୁ ପଞ୍ଚାୟତର ଗାଆଁକୁ ଗାଁ ବୁଲି ଘରକୁ ଘର ଯାଇ ଭୋଟ ଆଶୀର୍ବାଦ ମାଗୁଛନ୍ତି । ଜଣେ ଯୁବା ସମାଜସେବୀ, ମିଷ୍ଟଭାଷିଣୀ, ଦରିଦୀ ଯୁବ ମହିଳା । ଏହି ଜୋନଟି ଏକ ପଛୁଆ, ନଦୀ, ନାଳ, ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏହି ଅଂଚଳର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରାଥମିକତା ଦେବେ ବୋଲି କହିଥିଲେ । ନବୀନ ସରକାରଙ୍କ ବିକାଶ ଡଙ୍ଗାକୁ ଏହି ଜୋନରେ ଆଗେଇ ନେବେ ବୋଲି କହିଥିଲେ । ଶୁକ୍ରବାର ଦିନ ଓଡ଼ିଶା ସିମାନ୍ତ ଗୁହାଳଡାଙ୍ଗିରୀ ପଞ୍ଚାୟତର ଝୁଲଣ ଗ୍ରାମରେ ତାଙ୍କର ସହକର୍ମୀଙ୍କ ସହ ମାରାଥନ୍ ପ୍ରଚାର କରିଥିଲେ । ଗାଁ ବାଲାଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ବୋଲି ଗ୍ରାମବାସୀ କହିଥିଲେ । ତାଙ୍କ ସହ ମିଶନ ଶକ୍ତି ନେତ୍ରୀ ରଂଜିତା ଲେଙ୍କା, ବରିଷ୍ଠ ବିଜେଡି ନାରୀ ନେତ୍ରୀ ପୂର୍ଣ୍ଣିମା ମହାନ୍ତ, ଅନ୍ୟ ନାରୀ ନେତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।


