ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ମୋହନା ସାମ୍ବାଦିକ ସଂଘ (ଏମଜେୟୂ) ପକ୍ଷରୁ ସ୍ଥାନୀୟ ପିଡବ୍ଲ୍ୟୁଡି ଡାକ ବଙ୍ଗଳା ପରିସରରେ ରାଜ୍ୟରେ କର୍ମଜୀବି ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ ଓ ସୁରକ୍ଷା ନିମନ୍ତେ ଆଲୋଚନା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋହନା ସାମ୍ବାଦିକ ସଂଘ (ଏମଜେୟୂ )ର ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଘର ସଦସ୍ୟ ମିହିର ଜତି, ସୁହାନ ଛିଞ୍ଚାଣି, ଅଂଶୁମାନ ପଣ୍ଡା, ମନ୍ମଥ ମିଶ୍ର, ମୋଜେସ ରଇତ , ବିମଳ ମଳିକ, ଯୋଗେନ୍ଦ୍ର ରଥ, ଧୀରେନ୍ଦ୍ର ନାୟକ, ସୁଶାନ୍ତ ମାଳି, ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ, ମାଣିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକମାନେ ଦିବାରାତ୍ର ଓ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ଆସୁଥିଲେ ମଧ୍ୟ ସବୁ ପରିସ୍ଥିତିକୁ ସାମ୍ନା କରି ଲୋକଙ୍କୁ ସତ୍ୟ ଖବର ପ୍ରଦାନ କରିଥାଏ । କିନ୍ତୁ ସଠିକ ଖବର ପରିବେଷଣକୁ ନେଇ କିଛି ରାଜନୈତିକ ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଆକ୍ରୋଷ ଓ ଆକ୍ରମଣ ଶୀକାର ହେବାକୁ ପଡିଥାଏ । ରାଜ୍ୟରେ ଚାଲୁରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ବିନା କାରଣରେ କିଛି ଦୁବୁର୍ତ୍ତ ଆକ୍ରମଣ କରି ସେମାନଙ୍କୁ ଲହୁ ଲୁହାଣ କରିଦେବା ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ କର୍ମରତ ସାମ୍ବାଦିକ ମାନଙ୍କର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବା ନିମନ୍ତେ ସଂଘର କର୍ମକର୍ତ୍ତାମାନେ ଏକ ଲିଖିତ ସ୍ମାରକପତ୍ର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ ଓ ସବଇନିସପେକ୍ଟର କୃଷ୍ଣଚନ୍ଦ୍ରମଳିକଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ