କାର ଧକ୍କାରେ ପଥଚାରୀ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କାମିଲିଗୁଡା ଛକ ନିକଟରେ ଜଣେ ପଥଚାରୀ ଯାଉଥିବା ବେଳେ ଏକ କାର ଧକ୍କା ଦେବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଥିବା ପ୍ରଦୀପ ମଳିକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ । ଘଟଣାରୁ ପ୍ରକାଶ କୁସୁମପୁର ଗ୍ରାମର ପ୍ରଦୀପ ମଳିକ(୪୫) କୌଣସି କାମରେ ମେରାପଲ୍ଲି ଅଂଚଳକୁ ଯାଇଥିଲେ । କାମ ସାରି ସେ ଜାତୀୟ ରାଜପଥ ୩୨୬ରେ ଚାଲି କରି ଯାଉଥିବା ବେଳେ ଏକ କାର ଧକ୍କା ଦେଇ ଚାଲି ଯାଇଥିଲା । ଯାହାଫଳରେ ପ୍ରଦୀପ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ରକ୍ତାକ୍ତ ହୋଇ ପଡି ରହିଥିଲେ । ତାଙ୍କର ଗୋଡ ଓ ମୁଁହରେ ଗଭୀର ଆଘାତ ଲାଗିଛି । ତାଙ୍କୁ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ମୋହନା ପୁଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ