ଉଚ୍ଚଶିକ୍ଷିତ ଚଗଲା ସେଠୀଙ୍କ ସପକ୍ଷରେ ଜନମତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ବରକନ୍ଧା ପଞ୍ଚାୟତରେ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଛନ୍ତି ଉଚ୍ଚଶିକ୍ଷିତ ତଥା ବି.ଟେକ. ଇଞ୍ଜିନିୟର ଚଗଲା ସେଠୀ । ଜନତୟାଙ୍କ ସେବା କରିବା ପାଇଁ ସେ ଚାକିରୀ ଛାଡି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେ ପ୍ରଚାରକୁ ଯିବା ବେଳେ ପଞ୍ଚାୟତର ସମସ୍ତ ଜନତା ତାଙ୍କ ସହ ସ୍ୱତପୁତ ଭାବେ ଯୋଡି ହୋଇ ଯାଉଛନ୍ତି । ଜନସାଧାରଣ କହିଛନ୍ତି ଆମେ ଏହି ପଞ୍ଚାୟତର ଉନ୍ନତି ପାଇଁ ଚଗଲା ଭଳି ଜଣେ ଇଞ୍ଜିନିୟରକୁ ଜିତାଇବୁ । ସେ ତାଙ୍କ ଉଚ୍ଚ ଶିକ୍ଷା ବଳରେ ଏହି ପଞ୍ଚାୟତର ସର୍ବାଙ୍ଗିନ ଉନ୍ନତି କରି ପାରିବେ । ସେ ଏହି ପଞ୍ଚାୟତ ପାଇଁ ଜଣେ ଆଦର୍ଶ ବ୍ୟକ୍ତି ପାଲଟିବେ । କାରଣ ସେ ଜଣେ ଇଞ୍ଜିନିୟର ହୋଇଥିବାରୁ ପଞ୍ଚାୟତର ପିଲାମାନେ ତାଙ୍କ ଠାରୁ ବେଶ କିଛି ଶିକ୍ଷା ପାଇପାରିବେ । ସେ ମଧ୍ୟ ଶିକ୍ଷା କ୍ଷେତ୍ରରେ ବିକାଶ ଆଣି ପାରିବେ । ସେ ନିଜେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଶିକ୍ଷାର ବିକାଶ ଦିଗରେ ନିଜର ଅଭିଜ୍ଞତା ଖଟାଇ ପାରିବେ । କେବଳ ଶିକ୍ଷା କାହିଁକି ପଞ୍ଚାୟତର ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ପାନୀୟ ଜଳ, ଭତ୍ତା, ରାସନକାର୍ଡ, ଗ୍ରାମୀଣ ଆବାସ ପ୍ରଭୃତି ସମସ୍ୟାର ସମାଧାନ କରିପାରିବେ । ଏସଙ୍କ୍ରାନ୍ତରେ ସରପଞ୍ଚ ପ୍ରାର୍ଥୀ ଶ୍ରୀ ସେଠୀଙ୍କୁ ପଚରିବାରେ ସେ କହିଲେ ଜନସାଧାରଣଙ୍କ ଭଲପାଇବା ମତେ ଏହି ନିର୍ବାଚନରେ ପ୍ରାର୍ଥୀ କରିଛି । ମୋର ରାଜନୀତି କରିବାରେ କୈାଣସି ଲାଳସା ନାହିଁ । ଅରବିନ୍ଦ କେଜରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତା ହେବାକୁ ମୋର ଲକ୍ଷ୍ୟ ରହିଛି । ସେ ଯେଭଳି ଦିଲ୍ଲୀରେ ସ୍ୱଛ ଶାସନ ଚଳାଇଛନ୍ତି ସେହି ଭଳି ଭାବରେ ମୁଁ ମୋ ପଞ୍ଚାୟତରେ ସ୍ୱଛ ଶାସନ କରିବି । ପୂର୍ବର ସରପଞ୍ଚମାନେ ଏହି ପଞ୍ଚାୟତରେ ବହୁ ହେରଫେର କରିଛନ୍ତି । ଚଉମୁହାଣି ଘାଟକୁ ଅର୍ଥ ନେଇ ଜନୈକ ସରପଞ୍ଚ ବନ୍ଦ କରିଦେଇଥିଲେ । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ତେଣୁ ମୁଁ ଏଭଳି କିଛି କାମ କରିବି ନାହିଁ ଫଳରେ ନିଜେ ବଦନାମ ହେବା ସହ ପଞ୍ଚାୟତ ବଦନାମ ହେବ । ଚଗଲା ସେହି ପଞ୍ଚାୟତର ୧୮ଟି ୱାର୍ଡ ଅନ୍ତର୍ଗତ ଛେଡାକଣୀ, ବରକନ୍ଧା, ତେନ୍ତୁଳିକନ୍ଧା, ଗୋଜାବନ୍ଧ, ଷାଠିଏବାଟି, ଗୋଖାଖଟି, ଆଖଡାଶାଳୀ ପ୍ରଭୃତି ଗ୍ରାମରେ ତାଙ୍କର ନିର୍ବାଚନ ପ୍ରଚାର କରିଛନ୍ତି । ପୂର୍ବରୁ ଚଗଲା ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା ବୃକ୍ଷରୋପଣ, ନିଶା ନିବାରଣ, ଅସହାୟଙ୍କୁ ସହାୟତା ପ୍ରଦାନ, ରକ୍ତଦାନ ଅଭିଯାନ ଭଳି କାର୍ଯ୍ୟ କରି ଥିବାରୁ ତାଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବା ଦେଖାଯାଇଛି । ଚଗଲାଙ୍କୁ ଜିତେଇବା ପାଇଁ ସଚେତନ ଯୁବ ଗୋଷ୍ଠି ଅଣ୍ଟା ଭିଡିଥିବା ଦେଖାଯାଇଛି । ଏହି ପଞ୍ଚାୟତରେ ୫ଜଣ ପ୍ରାର୍ଥୀ ଥିଲେବି ମୁଖ୍ୟତଃ ଦ୍ୱିମୁଖି ଲଢେଇ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ