ଜିଲ୍ଲା ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଗଞ୍ଜାମର ସ୍ମିତାରାଣୀ ପଣ୍ଡାଙ୍କ କମାଲ
ଗଂଜାମ, (ବିନୋଦ ପଲାଇ) :-ଗଂଜାମର ସୁନ୍ଦରୀ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇଛନ୍ତି ଗଂଜାମର ଝିଅ ସ୍ମିତାରାଣୀ । ଗଂଜାମ ଜିଲ୍ଲାସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅଫ ଟାଇଟଲ ହାସଲ କରିଛନ୍ତି । ଗଞ୍ଜାମ ସାବୁଳିଆ ଗ୍ରାମର ମହାବୀର କାଜୁ ପ୍ରୋସେସିଂର ମାଲିକ ତଥା ବିଶିଷ୍ଟ କାଜୁ ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ପଣ୍ଡା ଓ ପ୍ରୋପାଇଟର ମିନାରାଣୀ ପଣ୍ଡାଙ୍କ ଝିଅ ସ୍ମିତାରାଣୀ ପଣ୍ଡା । ଟୁଇଙ୍କଲ ଫେସନ ଏକାଡୋମି ପକ୍ଷରୁ ବ୍ରହ୍ମପୁର ଠାରେ ଇଞ୍ଜିନିୟର ସ୍କୁଲ ଗ୍ରାଉଣ୍ଡ ପଡ଼ିଆରେ ଆୟୋଜିତ ମିସ, ମିସେସ, ଓ ମିଷ୍ଟର ସୁନ୍ଦର ପ୍ରତିଯୋଗିତାରେ ଟୁଇଁକଲ ଗମାଙ୍ଗ ତତ୍ତ୍ୱାବଧାନରେ ବିଚାରକ ଭାବେ ମଡେଲ ମଧୁସାଇନ, ମଡେଲ ,ଅଭିନେତ୍ରୀ ରାମେଶ୍ୱରି ନନ୍ଦ, ଅଭିନେତ୍ରୀ ସୂର୍ଯ୍ୟମୟି, ଫେସନ କୋରିୟଗ୍ରାଫର ମଟି ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ସ୍ମିତାରାଣୀ ପଣ୍ଡା ଭାଗ ନେଇ ନିଜର ପ୍ରତଭା ଓ ଇଂରେଜୀ ଓଜସ୍ଵନୀ ବକ୍ତବ୍ୟ ରଖି ବିଚାରକ, ଦର୍ଶକଙ୍କ ହୃଦୟ ଜିତିବା ସହ ପ୍ରଥମ ରନର୍ସ ଅଫ ହାସଲ କରିଥିଲେ । ଯାହା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସ୍ମିତା ବର୍ତ୍ତମାନ ଗଞ୍ଜାମ ସ୍ଥିତ ଜୟଶ୍ରୀ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ ରତ।ପୂର୍ବରୁ ସେ ରାଜ୍ୟ , ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା, ରଜ କୁଇନ, ଷ୍ଟାରନାଇଟ ପ୍ରଡକ୍ସନ ରେ ଭାଗ ନେଇ ନିଜ ପ୍ରତିଭାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କ୍ରୀଡାକ୍ଷେତ୍ରରେ ବି ରାଜ୍ୟସ୍ତରୀୟ ଚମ୍ପିୟାନ ହୋଇଥିବା ବେଳେ, ଜଣେ ଆଙ୍କର ଭାବେ ବେଶ ଜଣାଶୁଣା ।


