ଉପରଦୁମୁକାରେ ମାତୃପିତୃ ପୂଜନ

ଧାମନଗର, (ସନ୍ତୋଷ ପ୍ରଧାନ) :-ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଉପରଦୁମୁକା ଠାରେ ଶ୍ରୀ ଯୋଗବେଦାନ୍ତ ସେବା ସମିତି ପକ୍ଷରୁ ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସନ୍ଥ ଶ୍ରୀ ଅଶାରାମ ଜୀ ବାପୁ ଅନୁପ୍ରାଣିତ ଭୁବନେଶ୍ୱର  ସମିତିର ସାଧକ ଭାଇ ମାନେ ଯୋଗଦେଇ ମାତୃପିତୃ ପୂଜନ ଉତ୍ସବ ସମ୍ପର୍କରେ ମତ ଦେଇଥିଲେ। ବିଶେଷ କରି ପେବ୍ରୁଆରୀ ୧୪କୁ ସମସ୍ତେ ମା, ବାପାଙ୍କ ପୂଜା ଉତ୍ସବ ଭାବେ ପାଳନ କରିବାକୁ ଉପସ୍ଥିତ ଗ୍ରାମବାସୀଙ୍କୁ ସମିତି ପକ୍ଷରୁ ସୂଚନା ଦିଆଯାଇଥିଲା । ଗ୍ରାମର ପ୍ରଶାସନିକ ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ଶିକ୍ଷାବିତ ଦୈତାରୀ ପଣ୍ଡା, ଅଧ୍ୟାପକ ତପନ କୁମାର ଓଝା, ସାମାଜିକ କର୍ମୀ ସୁଶାନ୍ତ ପଣ୍ଡା, ବେଣୁଧର ମହାପାତ୍ର, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ମନୋରଞ୍ଜନ ମହାନ୍ତି, ପ୍ରଦୀପ ବାରିକ, ଭଦ୍ରକ ସମିତି ପକ୍ଷରୁ ଜିତେନ୍ଦ୍ର ନାୟକ, ସୁକାନ୍ତ କୁମାର ନାୟକ, ଅଶୋକ କୁମାର ମିଶ୍ର, ଚନ୍ଦନ ଦାସ, ଅମରିଷ ମହାନ୍ତି, ବାଲେଶ୍ଵର ସମିତି ପକ୍ଷରୁ ସୁଧାକର ନାୟକ, ହୃଦାନନ୍ଦ ସାହୁ, ନିରଞ୍ଜନ ବେହେରା, ଜୟନ୍ତ ମଣ୍ଡଳ, ମୁକ୍ତିକାନ୍ତ ମାଝୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଗାଁର ଶତାଧିକ ମାଆ ବାପା ଏଥିରେ ଉପସ୍ଥିତ ଥିବା ବେଳେ ସନ୍ତାନ ମାନେ ବୈଦିକ ବିଧି ଅନୁଯାୟୀ ସେମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମକୁ ଆଶାଲତା ବାରିକ, ବୈଲୋଚନ ବାରିକ, ଲଳିତ ଦାସ, କୈଳାସ ଚନ୍ଦ୍ର ରାଉତ, କୁଳମଣି ବାରିକ, ରାଜେନ୍ଦ୍ର ବାରିକ, ମହେନ୍ଦ୍ର ବାରିକ, କପିଳ ବାରିକ, ଜଗନ୍ନାଥ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ