ଛୁରାମାଡରେ ଜଣେ ଆହତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ ହୋଇଛି । ଶାଳଣିଆଁର ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ବଜାର ପାଖ ପୋଲ ମୁଣ୍ଡରେ ଠିଆ ହୋଇଥିବା ଜଣେ ଯୁବକ ତାଙ୍କୁ ଅଟକାଇ ମୋର ଘର ପଇସା କାହିଁକି ଆସିଲାନି କହି ଗାଳି ଗୁଲଜ କରିଥିଲା । ବ୍ୟକ୍ତି ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ପକେଟରୁ ଏକ ଛୁରୀ ବାହାରକରି ସଂପୃକ୍ତ ବ୍ୟକ୍ତିର ପେଟକୁ ଭୁଷି ଦେଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାରକରି ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଯୁବକ ଜଣକ ନାମରେ ପୁର୍ବରୁ ନନ୍ଦିପଦା ଥାନାରେ ଅନେକ ମାମଲା ଥିବାବେଳେ ସେ ନିୟମିତ ଶାଳଣିଆଁ ବଜାରରେ ଏହିପରି ଅନେକ କାଣ୍ଡ ଘଟାଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ