ଭୋଟ ଗଣତି ୨୬ରୁ ଆରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ହୋଇଥିବା ୪ଟି ଜିଲ୍ଲାପରିଷଦ ଜୋନ ଓ ୩୧ଟି ପଞ୍ଚାୟତର ସରପଞ୍ଚ, ୩୦ଟି ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ସଭ୍ୟା ନିର୍ବାଚନର ଗଣତି ଆସନ୍ତା ୨୬ତାରିଖରୁ ଆରମ୍ଭ ହୋଇ ୨୮ତାରିଖ ଦିନ ସମାପ୍ତ ହେବ । ୨୬ତାରିଖରେ ୩୪ନଂ ଜୋନ ଜିଲ୍ଲାପରିଷଦ ଆସନ ସହିତ କେ ବାଲିପାଳ, ଧନୁର୍ଜୟପୁର,ପଢ଼ିଆରିପଲ୍ଲୀ, ବାଲିବରେଇ,ବାଙ୍ଗୋର, ସୋସୋ, ଏବଂ ହଦଗଡ ପଞ୍ଚାୟତର ଗଣତି ହେବ । ଗଣତି ସକାଳ ୮ଟାଠାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଚାଲିବ । ସେହିପରି ୨୭ତାରିଖ ଦିନ ୩୫ନଂ ଜୋନ ଜିଲ୍ଲାପରିଷଦ ଆସନ ସମେତ ଜମ୍ଭୀରା, ଢ଼େଙ୍କା, ପନ୍ଦାଡୋ, ମରୈଗାଁ, ଶାସଙ୍ଗ, ସଢ଼ା, ହାଟଡିହି, ପଞ୍ଚାୟତର ଗଣତି କରାଯିବାର ବ୍ୟବସ୍ଥା କରାଯାଇଛି । ୨୮ତାରିଖ ଦିନ ୩୬ନଂ ଜୋନର ଜିଲ୍ଲାପରିଷଦ ଆସନ ସମେତ ଅକରୁଆ,ଅଁରା,ଆମ୍ବୋ, ଇଞ୍ଚୋଳ, ଓରାଳି, ପଞ୍ଚୁଗୋଛିଆ, ବଡରମ୍ପାସ, ବଞ୍ଚୋ, ସୁଲଣ ଓ ୩୭ନଂ ଜୋନ ଜିଲ୍ଲାପରିଷଦ ଆସନ ସହିତ ଆଇତିପୁର, କଳିଗାଁ, ଗେଡମା, ଡଅଁର, ଶାଳଣିଆଁ, ଷଡଙ୍ଗ,ସମଣା, ହାବଳେଶ୍ୱର ଆଦି ପଞ୍ଚାୟତର ଗଣତି ପର୍ଯ୍ୟାୟକ୍ରମେ କରାଯିବ ବୋଲି ବିଡିଓ ସୁଚନା ଦେଇଛନ୍ତି ।


