ମୋବାଇଲ୍ ନେଟୱର୍କ ପାଇଁ ଗ୍ରାମବାସୀଙ୍କ ଅଭିନବ କୌଶଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ରାଜ୍ୟର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାକୁ ଆଜିଯାଏ ଶତ ପ୍ରତିଶତ ମୋବାଇଲ୍ ନେଟ୍‌ୱର୍କ ଅପହଞ୍ଚ । ନେଟୱର୍କ ଅଭାବରୁ କିଏ ଗଛ ଉପରେ ତ ଆଉ କିଏ ପାହାଡ଼ ମୁଣ୍ଡିଆ ଉପରେ ବସି ପାଠ ପଢ଼ୁଛନ୍ତି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକ୍ ରଟିଙ୍ଗିଆ ପଞ୍ଚାୟତ ଅଧୀନ ମଗରଗୁଡ଼ା ଗ୍ରାମରେ ମୋବାଇଲ୍ ନେଟୱର୍କ ପାଇଁ ଗ୍ରାମବାସୀ ଅଭିନବ କୌଶଳ ଆପଣାଇଥିବା ନଜରକୁ ଆସିଛି। ସୂଚନା ଅନୁସାରେ, ଏହି ଗାଁରେ ନେଟୱର୍କ ସମସ୍ୟା ‌ଯୋଗୁଁ କୌଣସି କାର୍ଯ୍ୟ ହୋଇ ପାରୁ ନଥିବାରୁ ଜଣେ ଯୁବକ ନିଜ ବୁଦ୍ଧି ଖଟାଇ ୩୦ ଫୁଟ ଉଚ୍ଚର ଏକ ବାଉଁଶରେ ମୋବାଇଲ୍‌କୁ ବାନ୍ଧୁଛନ୍ତି । ଆଉ କମ୍ପ୍ୟୁଟର୍‌କୁ ସଂଯୋଗ କରି ଗ୍ରାମବାସୀଙ୍କ ପାଇଁ ବ୍ୟାଙ୍କ୍ ସେବା ଯୋଗାଉଛନ୍ତି। କିନ୍ତୁ ନେଟୱର୍କ ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିବା ଯୁବକଜଣକ କହିଛନ୍ତି। ପ୍ରଥମେ ନିଜ ମୋବାଇଲ୍‌ର ଇଣ୍ଟରନେଟ୍‌କୁ ଚାଲୁ କରିଥାନ୍ତି । ଏହାପରେ ସେ ଏହାକୁ ଦଉଡ଼ିରେ ବାନ୍ଧି ୩୦ ଫୁଟ ଉଚ୍ଚ ବାଉଁଶକୁ ଉଠାଇଥାନ୍ତି। ସେଥିରୁ ତାର ସାହାଯ୍ୟରେ ନିଜ କମ୍ପ୍ୟୁଟର୍‌କୁ ସଂଯୋଗ କରି ଦିନସାରା ନିଜ କାମ କରିଥାନ୍ତି । ପୁଣି କାମ ସରିଲେ ମୋବାଇଲ୍‌କୁ ବାଉଁଶରୁ ତଳକୁ ଖସାଇ ଆଣୁଥିବା କହିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଅଞ୍ଚଳରେ ଏକ ମୋବାଇଲ ନେଟ ୱାର୍କ ସ୍ଥାପନ କରିବାକୁ ଗ୍ରାମବାସୀ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ