ୟୁକ୍ରେନରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରୁଷିଆ ୟୁକ୍ରେନ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ଏହି ଅକ୍ରମଣରେ ଏପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ଲୋକ ମରିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୮ଟି ଯୁଦ୍ଧ ବିମାନ ଖସି ପଡ଼ିଥିବାର ଖବର ଆସି ପହଞ୍ôଚଛି । ରୁଷିଆରେ ଏହି ଆକ୍ରମଣ ଫଳରେ ୟୁକ୍ରେନରେ ଥିବା ୨୦ ହଜାର ଭାରତୀୟ ଅତି ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି । ଭାରତ ସରକାର ତାଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ପଠାଇଥିଲେ ମଧ୍ୟ ବିମାନ ଯାଇନପାରି ଫେରିଆସିଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନରେ ରହି ପାଠ ପଢୁଛନ୍ତି । ଏହି ଆକ୍ରମଣ ଯୋଗୁଁ ସେମାନଙ୍କର ନିରାପତ୍ତା ବିପନ୍ନ ହୋଇପଡ଼ିଛି । ସେମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହି ଜୀବନ ବିତାଉଛନ୍ତି । ସୌଭାଗ୍ୟର କଥା ମୋବାଇଲ ଟେଲିଫୋନ ଥିବାଯୋଗୁ ସେମାନେ, ସେମାନଙ୍କ ପରିବାର ସହିତ ସମ୍ପର୍କରେ ଅଛନ୍ତି । ପରିବାର ମଧ୍ୟ ମାନସିକ ଅବସାଦ ଭିତରେ ଦିନ କାଟୁଛି । ଓଡ଼ିଶା ସରକାର, କେନ୍ଦ୍ର ସରକାର ଓ ଭାରତ ଉଚ୍ଚ ଆୟୁକ୍ତଙ୍କ ସହିତ ସମ୍ପର୍କ ସ୍ଥାପନ କରି ଓଡ଼ିଆ ଛାତ୍ରଛାତ୍ରୀଙ୍କର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ନୋଡ଼ାଲ ଅଫିସର ନିଯୁକ୍ତ କରିବା ଓ ଏକ ଟୋଲ ଫ୍ରି ନମ୍ବର ଜାରି କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ଫଳରେ ସେମାନଙ୍କ ସହିତ ଓ ଭାରତ ସରକାରଙ୍କ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇପାରି ସେମାନଙ୍କର ନିରାପତ୍ତାକୁ ନିଶ୍ଚିତ କରାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ