ସ୍ୱାମୀ ମୁକୁନ୍ଦା ନନ୍ଦଜୀଙ୍କ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜଗଦଗୁରୁ କୃପାଳୁ ମହାରାଜଙ୍କ ଶିଶ୍ୟ ସ୍ୱାମୀ ମୁକୁନ୍ଦାନନ୍ଦଜୀ ଦିନିକିଆ ଗସ୍ତରେ ଆସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିଥିବାର ଜଣାପଡିଛି । ସ୍ୱାମୀ ମୁକୁନ୍ଦାନନ୍ଦଜୀ ସ୍ଥାନୀୟ ରାଧାଗୋବିନ୍ଦ ଧାମ ଠାରେ ପହଞ୍ଚିଥିଲେ । ସେଠାରେ ଭକ୍ତ ବା ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭକ୍ତିପୂତ ଭାବେ ସ୍ୱାଗତ କରି ପାଛୋଟି ନେଇଥିଲେ । ଅପରାହ୍ନ ସମୟରେ ସତସଙ୍ଗୀମାନଙ୍କ ସହ ସାଧନା, ଫୁଲରେ ହୋଲି ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା । ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ରାଧାଗୋବିନ୍ଦ ଧାମ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଛି । ସମସ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ପରିଚାଳନା ସମିତି ତୁଲାଇଥିଲେ । ଜଗଦଗୁରୁ ୧୦୦୮ ସ୍ୱାମୀ ଶ୍ରୀ କୃପାଳୁଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ (୧୯୨୨-୨୦୨୨) ବିଶ୍ୱ ପାଳନ ଅଭିଯାନ ଅବସରରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦନ୍ଦଜୀ ରାଜ୍ୟର ବିଭିନ୍ନ ସ୍ଥାନ ମାର୍ଚ୍ଚ ୧ ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଭ୍ରମଣ କରି ଆଧ୍ୟାତ୍ମିକ ପ୍ରବଚନ ଦେବେ । ଏହି ପରିପ୍ରେକ୍ଷୀରେ ସେ ପାରଳାଖେମୁଣ୍ଡି ସହରକୁ ମଧ୍ୟ ଆସିଥିବାର ରାଧାଗୋବିନ୍ଦ ଧାମ ଆଶ୍ରମ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ