ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ଓ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ଗଜପତି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡ଼. ମୁର୍ମୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଅଧକ୍ଷତାକରି ଆୟୋଜିତ ରୋଲ ପ୍ଲେ ପ୍ରତିଯୋଗିତା ର ଉଧେଶ୍ୟ ଜ୍ଞାପନ କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ , ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଭେଦଭାବ, ଇଣ୍ଟେର୍ନେଟ ର କୁ ବେବହାର , ନିଶା ସେବନର ପ୍ରଭାବ ଇତ୍ୟାଦି ବିଷୟରେ ସମାଜ କୁ ବାର୍ତା ପ୍ରେରଣର ଏକ ଉତ୍କୃଷ୍ଟ ମଞ୍ଚ ବୋଲି କହିଥିଲେ l ଡ଼. ମୁର୍ମୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ସଂଗୀତକର ଗୁରୁ ରଘୁନାଥ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ରେ ଜିଲ୍ଲା ର 12 ଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ଓ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦେଇଥିଲେ ସେମାନଙ୍କ ମଧରୁ ସରକାରୀ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିନାକ୍ଷୀ ପାଢୀ ସମ୍ମାନିତ ଅତିଥି ଶିକ୍ଷକ ଭାବେ ଯୋଗଦେଇଥିବା ବେଳେ ଜଗନ୍ନାଥ ପଟନାୟକ ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକ୍ରମ ଶେଷରେ ଏ. ରବି କୁମାର ଧନ୍ୟବାଦ ଦେଇଥିଲେ l ଏହି ପ୍ରତିଯୋଗିତା କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l