ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ନାୟକ ସାହି ନିକଟରେ ଅବସ୍ଥିତ ଫୁଟ୍ ବ୍ରିଜ୍ରେ ବାଡା ନଥିବାରୁ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଉକ୍ତ ସ୍ଥାନରେ ବହୁ ସମୟରେ ଛୋଟବଡ ଦୁର୍ଘଟଣା ମାନ ଘଟୁଛି । ଏହି ଫୁଟ୍ ବ୍ରିଜ୍ ଦେଇ ଦୈନନ୍ଦିନ ସ୍କୁଲ ଓ କଲେଜ ପିଲାଙ୍କ ସମେତ ଜେନା ସାହି, ରାଉତ ସାହି, ନାୟକ ସାହିର ଶତାଧିକ ଲୋକ ଯାତାୟତ କରିଥାନ୍ତି । ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଫୁଟ୍ ବ୍ରିଜ୍କୁ ମରାମତି କରିବାକୁ ଦାବୀ ହୋଇଛି ।