ନାଉଗାଁରେ ସ୍ମରଣ ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆସ୍ଥିତ ଚାଷୀ ମୂଲିଆ ଭବନରେ ବିଶ୍ୱ ସାମ୍ୟବାଦୀ ଚିନ୍ତାଧାରାର ପ୍ରବକ୍ତା କାର୍ଲମାର୍କ୍ସଙ୍କର ମୃତ୍ୟୁ ବାର୍ଷିକୀ ଅବସରରେ ସ୍ମରଣ ଦିବସ ସୋମବାର ପାଳିତ ହୋଇଯାଇଛି । କ୍ରମେଡ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସ୍ୱାର୍ଥ ସୁରକ୍ଷା କମିଟିର ସଭାପତି ବଂଶୀଧର ବେହେରା, ଏସୟୁସିଆଇ(କମ୍ୟୁନିଷ୍ଟ) ପାର୍ଟିର ନାଉଗାଁ ଆଂଚଳିକ କମିଟି ସଂପାଦକ ମହେଶ୍ୱର ଦାସ ପ୍ରମୁଖ ଯୋଗ ଦେଇ ସର୍ବହରା ଶ୍ରମିକ ଶ୍ରେଣୀର ମୁକ୍ତିର ପଥ ପ୍ରଦର୍ଶକ କାର୍ଲମାର୍କ୍ସଙ୍କ ଜୀବନ ସଂଗ୍ରାମ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆର୍ତ ଦାସ, ରଘୁନାଥ ଦାସ, ଅଜିତ କାଣ୍ଡି, ବାବଜୀ କାଣ୍ଡୀ, ବାବାଜୀ କାଣ୍ଡୀ, ବାବାଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।