ଛତ୍ରପୁର ସହରର ଗଳି କନ୍ଦି ବୁଲି ପ୍ରଚାର କଲେ ଉଭୟ ସାଂସଦ ଓ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :ପୌରନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ପ୍ରଚାର ସେତେ ଜମୁଛି l ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ସହରର ମୁଖ୍ୟ ରାସ୍ତା ସମେତ ଗଳି କନ୍ଦୀରେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ସାଙ୍ଗରେ ଧରି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା l ଛତ୍ରପୁର ଏନଏସିର ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ବିଜେଡି ପକ୍ଷରୁ ବିଭିନ୍ନ ପ୍ରଚାର ଗାଡି ମାଧ୍ୟମରେ ପ୍ରଚାର କରାଯିବା ସହ ଡୋର ଟୁ ଡୋର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି l ଚେୟାରମ୍ୟାନ ପ୍ରାର୍ଥିନୀ ଓ ସମସ୍ତ କାଉନସିଲର ପ୍ରାର୍ଥୀଓ ପ୍ରାର୍ଥୀନୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ନିମନ୍ତେ ଦଳ ପକ୍ଷରୁ ଭୋଟର ମାନଙ୍କୁ ନିବେଦନ କରାଯାଉଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗୁରୁବାର ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇ ସମସ୍ତ ପ୍ରାର୍ଥୀ ମାନଙ୍କ ନିମନ୍ତେ ଏନଏସିରେ ମାରାଥନ୍ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଭୋଟର ମାନଙ୍କୁ ଅବଗତ କରାଇଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ହୋଇଥିବାରୁ ଏହାର ବିକାଶ ନିମନ୍ତେ ସଦାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଆଗାମୀ ଦିନରେ ବି ଛତ୍ରପୁର ସହର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ବଜାୟ ରହିବ ବୋଲି ଉଭୟ କହିବା ସହ ସମସ୍ତ ଦଳୀୟ ପ୍ରାର୍ଥୀ ମାନଙ୍କୁ ସହରବାସୀ ଆଶୀର୍ବାଦ କଲେ ସହରର ଉନ୍ନତି ହେବ ବୋଲି କହିଥିଲେ । ଏହି ଅବସରରେ ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ଉଭୟ ସାଂସଦ, ବିଧାୟକ ଏବଂ ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଖୋଲା ଜିପ୍ ମାଧ୍ୟମରେ ଉଭୟ ସାଂସଦ ଓ ବିଧାୟକ ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ସାଙ୍ଗରେ ଧରି ସହରର ସମସ୍ତ ଗଳି କନ୍ଦିରେ ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।ଏହି ଅବସରରେ ଦଳୀୟ ନେତା ଓ କର୍ମୀ ମାନେ ବାଇକ ଶୋଭାଯାତ୍ର ରେ ଛତ୍ରପୁର ସହର ପରିକ୍ରମା କରିଥିଲେ l ଏଥିରେ ଛତ୍ରପୁର ନଗର ବିଜେଡ଼ି ସଭାପତି ବି. ରଜୁବାବୁ,ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ଛତ୍ରପୁର ବିଜୁ ଆଇନ ସମ୍ମୁଖ୍ୟ ର ସମ୍ପାଦକ ଏଲ. ଗୋପାଳ ରାଓ, ଉପସଭାପତି ଅହି ଭୂଷଣ ସାହୁ, କିଶୋର ଚନ୍ଦ୍ର ସେନାପତି, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ବାଦଲ କୁମାର ପାଣ୍ଡି, ବୁଲୁ ବେହେରା ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡି, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଡମ୍ବୁରୁଧର ସାହୁ, ରବିନ୍ଦ୍ର ସାହୁ, ସନମୁଖ ପଟ୍ଟନାୟକ, ପୂର୍ବତନ ଏନଏସି ଉପାଧ୍ୟକ୍ଷା ପ୍ରଦୋଶ କୁମାର ବେହେରା, 1ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ପି. ଜଗଦୀଶ କୁମାର,2ନଂୱାର୍ଡ କାଉନସିଲର ପ୍ରାର୍ଥୀ ଆଫତଵ ହୁସେନ,3ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ମାମା ସେଠି,4ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଜି. ପାପା ରାଓ,5ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ଡି. ଇନ୍ଦୁ, 7 ନଂ ୱାର୍ଡ କାଉନସିଲର ପ୍ରାର୍ଥିନୀ ଏମ୍. ୱାଣି ସେନାପତି, 8 ନଂ ୱାର୍ଡ କାଉନସିଲର ପ୍ରାର୍ଥି କେ. ରମେଶ, 9 ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥିନୀ ପ୍ରିତିଛନ୍ଦା ସାମଲ,10ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଏସ. ଜଗଦୀଶ ରାଓ,11ନଂ କାଉନସିଲର ପ୍ରାର୍ଥୀନୀ ସନ୍ତୋଷୀ ସେଠି, 12ନଂ ୱାର୍ଡ କାଉନସିଲର ପ୍ରାର୍ଥିନୀ ବି. ନିଶ୍ଚଳା, 13ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ସୁମନ୍ତ କୁମାର ନାହାକ ଓ 14ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ପି. ତେଜାବତୀ ରାଓ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ଥିଲେ ।


