ଜବରଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ତହସିଲ ଘେରାଉ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ଗ୍ରାମର ଦେବର୍ତ୍ତା ପୋଖରୀ ଚତୁଃର୍ପାଶ୍ୱରୁ ଜବରଦଖଲ ହଟାଇବା ଦାବିରେ ଆଜି ହାଟଡିହି ଗ୍ରାମର ଶତାଧିକ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗ୍ରାମବାସୀଭ୍‌କ ଅଭିଯୋଗ ଅନୁଯାଇ ଗ୍ରାମର ଦେବର୍ତ୍ତା ପୋଖରୀ ଉପରେ ହାଟଡିହି ଗ୍ରାମର ୫ନଂ ଓ ୬ନଂ ୱାର୍ଡର ଲୋକମାନେ ନିର୍ଭର କରିଥାନ୍ତି । ଏହାକୁ ଆଦର୍ଶ ପୋଖ୍‌ରୀର ମାନ୍ୟତା ମଧ୍ୟ ମିଳିଥିଲା । କିନ୍ତୁ ଏହି ପୋଖରୀ ଚଃତୁର୍ପାଶ୍ୱକୁ କିଛି ଲୋକ ଜବରଦଖଲ କରିନେଗଲେଣି । ସେହିପରି ତହସିଲ ପୋଖରୀ ହୁଡାକୁ ଲାଗି ଥିବା ସରକାରୀ ଜମିକୁ ତହସିଲ କର୍ତ୍ତୁପକ୍ଷ କିଛି ଭୁମୀହୀନ ବ୍ୟକ୍ତିଙ୍କୁ ମଧ୍ୟ ପଟ୍ଟା ଦେଇଛନ୍ତି । ଯାହାଦ୍ୱାରାକି ଏହାର ଆଡି ଦିନକୁ ଦିନ ହ୍ରାସ ପାଉଛି । ଫଳରେ ଆଉ ଦିନ କେଇଟା ଭିତରେ ପୋଖରୀର ଆଡି ମଧ୍ୟ ଜବରଦଖଲ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଯେଉଁଠି ପୁରୁଷ ପୁରୁଷ ଧରି ଗୋରୁ ଗାଈମାନେ ଚରୁଥିଲେ ତାହା ଆଜି ନାହିଁ କହିଲେ ଚଳେ । ଏନେଇ ଗ୍ରାମବାସୀମାନେ ଆଜକୁ ୬ମାସ ହେବ ଜବରଦଖଲ ଉଚ୍ଛେଦ କରିବାପାଇଁ ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତହସିଲ କର୍ତ୍ତୁପକ୍ଷ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ପାରିଲେନି । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ଦେବ୍ରତ ବେହେରା, ଡମ୍ବରୁଧର ମଲ୍ଲିକ, ସନ୍ତୋଷ ବେହେରା, ଭାଗିରଥି ସାହୁ, ସୁରେଶ ଚନ୍ଦ୍ର ବେହେରା, ବଳରାମ ବେହେରା, କମଳାକାନ୍ତ ବେହେରା, ଶାନ୍ତିଲତା ବେହେରା, ଅଶୋକ କୁମାର ଜେନା, ସୁମିତ୍ରା ମୁଦୁଲି, ଅଭିରାମ ସାହୁ, ରାଜେନ୍ଦ୍ର ଘଡେଇ, କମଳିନୀ ଘଡେଇ, ସୁବାଶିଷ ମୁଦୁଲି, ଜଗନ୍ନାଥ ପୃଷ୍ଟି, ନିରୁପମା ପହି, ଭାଗ୍ୟଶ୍ରୀ ସାହୁ, ଯଶୋବନ୍ତ ଜେନା, ଅଶ୍ୱିନୀ ଘଡେଇ, ବିଜୟଲକ୍ଷ୍ମୀ ମୁଦୁଲି, ମାଳତୀ ମୁଦୁଲି, ନିରୁପମା ବେହେରା, ପ୍ରମିଳା ସାହୁ, ଲକ୍ଷ୍ମୀ ସାହୁ, ହିମାଶୁଂ ଶେଖର ସାହୁ, ରୁକମଣୀ ସେଠୀ, ପଦ୍ମାବତୀ ପୃଷ୍ଟି, ପ୍ରଭାତୀ ସାଙ୍କ ସମେତ ଶତାଧିକ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିବାସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ପୋଖରୀ ଚାରିପଟୁ ଜବରଦଖଲ ହଟାଇବା ସହିତ ତହସିଲ ପକ୍ଷରୁ ଦିଆଯାଇଥିବା ଭୁମୀହୀନ ମାନଙ୍କ ୪ଡିସିମିଲ ଲେଖାଏଁ ଜମିପଟ୍ଟାକୁ ରଦ୍ଦ କରିବାପାଇଁ ଦାବି କରିଥିଲେ । ତହସିଲଦାର ଦିଲ୍ଲିପ କୁମାର ସାହୁ ଘଟଣାସ୍ଥଳ ପରିଦର୍ଶନ କରି ଆସନ୍ତା ୨୪ତାରିଖ ମଧ୍ୟରେ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ପ୍ରତିାୃତି ଦେବାପରେ ଗାଁ ଲୋକମାନେ ଆନ୍ଦୋଳନରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ