ଦୁଇଦିନିଆ ଧର୍ମଘଟ ସଫଳ ପାଇଁ ବାଲେଶ୍ୱରରେ ପ୍ରସ୍ତୁତି
ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନଙ୍କ ଆହ୍ୱାନରେ ଚଳିତ ମାର୍ଚ୍ଚମାସ ୨୮ ଓ ୨୯ ଦୁଇଦିନବ୍ୟାପୀ ସର୍ବଭାରତୀୟ ଧର୍ମଘଟକୁ ବାଲେଶ୍ୱର ଜିଲାରେ ସଫଳ କରିବା ପାଇଁ ସଂଗଠନମାନଙ୍କର ଏକ ମିଳିତ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉଠା ଜଳସେଚନ କର୍ମଚାରୀ ସଂଘର ସଭାଗୃହରେ ତଥା ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆବାହକ ତଥା ଟିୟୁଏସିସିର ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଭାଗବତ ପ୍ରତିହାରୀ, ଶିଶିର ହୁଇ, ରବୀନ୍ଦ୍ର ବେହେରା, ବିକାଶ ଦାସ, ଶାନ୍ତନୁ ଦାସ, ଜଗଦୀଶ ବାରିକ, ରାଜକିଶୋର ଲେଙ୍କା, ଶ୍ୟାମସୁନ୍ଦର ଜେନା ଓ ଭରତ ଚନ୍ଦ୍ର ସେଠୀ, ଉମାକାନ୍ତ ଦାସ ପ୍ରମୁଖ ଶ୍ରମିକ ନେତା ଏଥିରେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ, କୃଷକ ଏବଂ ଜନଗଣ ବିରୋଧୀ ଆଇନ ଏବଂ ନୀତିକୁ ଦୃଢ଼ ବିରୋଧ ସହ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରବିନାରାୟଣ ମିଶ୍ର, ରବିନ ବାରିକ, ମାନବ କର, ସେକ ୟୁନୁଷ୍, ଆଶିଷ ଜେନା, ପ୍ରକାଶ ଚନ୍ଦ୍ର ଦେ ସର୍ବେଶ୍ୱର ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ । ଶରତ ଚନ୍ଦ୍ର ଦଳାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


