‘କିଆ ମୋଟର୍ସ’ର ନୂତନ ସୋ-ରୁମ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :ଖ୍ୟାତନାମା ଚାରିଚକିଆ ଯାନ ନିର୍ମାତା କୋରିଆର ‘କିଆ ମୋଟର୍ସ’ର ନୂତନ ସୋ’ରୁମ ‘ବାସନ୍ତି ଅଟୋ ମୋବାଇଲ୍ସ’ ବାଲେଶ୍ୱର ସହର ଉପକଣ୍ଠ ବିରୁଆଁଠାରେ ଉଦଘାଟିତ ହୋଇଯାଇଛି । ‘କିଆ ମୋଟର୍ସର ଆଞ୍ଚଳିକ ମୁଖ୍ୟ ବିୟୋଂୟା-ଜୋ ଓ ପୂର୍ବାଞ୍ଚଳ ମୁଖ୍ୟ ନିଶାନ୍ତ ସିଦ୍ଧୁ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସୋ-ରୁମକୁ ଉଦଘାଟନ କରିଥିଲେ । କିଆ କମ୍ପାନିର ନୂତନ ମଡେଲ ଗାଡ଼ିଗୁଡ଼ିକ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ ସହ ଲୋକଙ୍କ ଦ୍ୱାରା ଆଦୃତ ହୋଇଥିବା ବେଳେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ବି ଏହା ଗ୍ରାହକଙ୍କ ଚାହିଦା ପୂରଣ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ରଙ୍କ ସମେତ ବିଭିନ୍ନ ବ୍ୟାଙ୍କର ପ୍ରବନ୍ଧକମାନେ ଏଥିରେ ଯୋଗଦେଇ କିଆ କମ୍ପାନିର ଆକର୍ଷଣୀୟ ମଡେଲ ଗାଡ଼ି ଆରାମଦାୟକ ଯାତ୍ରା ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ବାସନ୍ତି ଅଟୋ ମୋବାଇଲ୍ସର ସତ୍ତ୍ୱାଧିକାରୀ ବିଜୟ କୁମାର ପାଣି, ଅଜୟ କୁମାର ପାଣି ଓ ସଂଜୟ କୁମାର ପାଣିଙ୍କ ସମେତ ସେମାନଙ୍କ ମାଆ ବାସନ୍ତି ପାଣି ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । କିଆ ମୋଟର୍ସର ଗୁଣବତ୍ତା ସମ୍ପନ ଗାଡ଼ି ଓ ବାସନ୍ତି ଅଟୋ ମୋବାଇଲ୍ସର ଉତ୍ତମ ଗ୍ରାହକ ସେବା ଏହି ସୋ-ରୁମର ପରିଚୟ ବୋଲି ବୋଲି ବିଜୟ କୁମାର ପାଣି କହିଥିଲେ । ଉଦଘାଟନୀ ଉତ୍ସବର ପ୍ରଥମ ଗ୍ରାହକ ଭାବେ ହରିହର ପୃଷ୍ଟି, ଦୀନେଶ ବେହେରା, ପ୍ରଭାସ ଚନ୍ଦ୍ର ସାହୁ, କମଲ ଶେଖର ପ୍ରଧାନ ପ୍ରମୁଖଙ୍କୁ ଅତିଥିମାନେ ନୂତନ ଗାଡ଼ିର ଚାବି ହସ୍ତାନ୍ତର କରିଥିଲେ । ବାସନ୍ତି ଅଟୋ ମୋବାଇଲ୍ସର ସେଲ୍ସ ମ୍ୟାନେଜର ଗୌତମ ଗିରି, ସର୍ଭିସ ମ୍ୟାନେଜର ରାଜେଶ ଦାସ, ପୀତାମ୍ବର ପଣ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ରହି ସୋରୁମ ଉଦଘାଟନୀ ଉତ୍ସବ ପରିଚାଳାନାରେ ସକ୍ରିୟ ସହଯୋଗ କରିଥିଲେ ।


