ତୁରନ୍ତ ଧାନ କିଣିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରାଜପୁର ଗ୍ରାମର ଚାଷୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ତୁରନ୍ତ ଧାନ କିଣିବା ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମର ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଦୀର୍ଘ ୩ ବର୍ଷ ହେଲା ଧାନ ଅମଳ କରି ରଖିଥିଲେ ସୁଦ୍ଧା ସେମାନଙ୍କ ଧାନ କିଣାଯାଉନଥିବା ଏହି ଦାବିପତ୍ର ମାଧ୍ୟମରେ ଦାବି କରିଛନ୍ତି । ଚାଷୀ ମାନେ ବିଭିନ୍ନ ଋଣ କରି ଚାଷ କରି ଋଣ ସୁଝି ପାରୁନଥିବା ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରୁନଥିବାରୁ ସେମାନେ ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ରାଜପୁଂ ପଂଚାୟତର ସରପଂଚ ରଞ୍ଜନ ପଲାଇ, ଋଷିକୁଲ୍ୟା ରୟତ ମହାସଭାର ସିମାଂଚଳ ନାହାକ, ଚାଷୀ ଅମୃତ ପଲେଇ, ରବିନ୍ଦ୍ର ଗୌଡଙ୍କ ସମେତ ବହୁ ଚାଷି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ