ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ସଂଘର ବାର୍ଷିକ ସମ୍ବର୍ଦ୍ଧନା ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ପରିଦର୍ଶକ ସଂଘ ପୁରୁଷ ଶାଖାର ବାର୍ଷିକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ପର୍ବ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ଜିଲା ସଭାପତି ବ୍ରଜେଶ୍ୱର ନନ୍ଦ ଏଥିରେ ସଭାପତିତ୍ୱ କରିଥିଲେ । ସ୍ୱାସ୍ଥ୍ୟସେବା ପରିଦର୍ଶକ ରାଜ୍ୟ ସଙ୍ଘ ଉପଦେଷ୍ଟା ଚନ୍ଦ୍ରମୋହନ ରାଉତ, ରାଜ୍ୟ ସମ୍ପାଦକ ବିଜୟ ପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଭାପତି ଅମରେଶ ଚନ୍ଦ୍ର ପୁହାଣ, ରାଜ୍ୟ ସଙ୍ଘ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପତି, ସଂଘର ବାଲେଶ୍ୱର ଶାଖା ଜିଲା ସମ୍ପାଦକ ପ୍ରଦୀପ କୁମା ଦଳାଇ, ପୂର୍ବତନ ଜିଲା ସଭାପତି ଗୋପୀନାଥ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିଦର୍ଶକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ପ୍ରତିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ଦରମା ଅସଙ୍ଗତି ଓ ପଦୋନ୍ନତି ଅନିୟମିତତାକୁ ନେଇ ଉପସ୍ଥିତ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ସରକାରଙ୍କ ପ୍ରତିଟି ନିର୍ଦ୍ଦେଶ ଓ ସରକାରୀ ନିୟମ ମାନି ପରିଦର୍ଶକମାନେ ଉଚିତ ସେବା ଯୋଗାଇ ଦେଇ ଆସୁଥିଛନ୍ତି । ସବୁଠାରୁ ବଡ଼କଥା ହେଲା କରୋନା କାଳରେ ଜୀବନକୁ ବିପଦରେ ପକାଇ ରୋଗୀସେବା କରିବା ପରେ ବି ସେମାନଙ୍କୁ ଉଚିତ ନ୍ୟାୟ ନମିଳିବା ଦୁର୍ଭାଗ୍ୟର ବିଷୟ ବୋଲି ରାଜ୍ୟ କର୍ମକର୍ତ୍ତାମାନେ କହିଥିଲେ । ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ସହ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଉଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ବହୁ ପରିଦର୍ଶକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ । ରମାନାଥ କର, ଗଦାଧର ବେହେରା, ସୁବ୍ରତ କୁମାର ଜେନା, ବିପ୍ଳବ କୁମାର ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ