ସାଇକେଲ ଯୋଗେ ଭାରତ ଭ୍ରମଣରେ ଶ୍ରୀକାକୁଲମ ର ତେଜେଶ୍ୱର
ଛତ୍ରପୁର, (ଦେବଦତ୍ତ ମହାରଣା) :ସାଇକେଲ ଯୋଗେ ଶ୍ରିକାକୁଲମ୍ ରୁ ଦିଲ୍ଲୀ ଅଭିମୁଖେ ବାହାରି ପ୍ରତ୍ୟେକ ଅଂଚଳରେ ବୃକ୍ଷରୋପଣ କରିବା ସହିତ ପ୍ରଦୂଷଣ ମୁକ୍ତ ଭ୍ରମଣ କରିବା ଉଦ୍ଦେଶ୍ୟରେ ବାହାରିଛନ୍ତି ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ନାର୍ସାନାପେଟା ଅଂଚଳର ତେଜେଶ୍ୱର ରାଓ । ତେଜେଶ୍ୱର ଗତ ଅପ୍ରେଲ ୧ ତାରିଖରୁ ନିଜ ଅଂଚଳରୁ ବାହାରି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଏହା ସହ ପ୍ରତ୍ୟେକ ଅଂଚଳରେ ଲାୟନ୍ସ କ୍ଲବ ଓ ସ୍ଥାନୀୟ ବାସିନ୍ଦା ମାନଙ୍କ ସହଯୋଗରେ ବୃକ୍ଷ ରୋପଣ କରିବା ସହିତ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ସଚେତନତା ମଧ୍ୟ କରୁଛନ୍ତି । ଦିଲ୍ଲୀରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହିତ ଶ୍ରୀକାକୁଲମ୍ ଜିଲ୍ଲାର ଉନ୍ନତି କରିବା ପାଇଁ ଅନୁରୋଧ କରିବେ ବୋଲି ତେଜେଶ୍ୱର ନିଜ ପ୍ରତିକ୍ରିୟା ରେ କହିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ୨୫୦୦ ଯାଗାକୁ ଭ୍ରମଣ କରିସାରିଲେଣି ।


