ବିଦ୍ୟାଳୟ ପରିସରରେ ଗଣେଷ ମନ୍ଦିର ପ୍ରତିଷ୍ଠା ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ କଳିଗାଁ ହାଇସ୍କୁଲ ପରିସରରେ ନବ ନିର୍ମିତ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ପରିପ୍ରକାଶ ପାଇଁ ନିର୍ମିତ ହୋଇଥିବା ଏହି ଗଣେଷ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ସକାଳୁ ଘଟ୍ଟ ନିମଜ୍ଜନ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ପରେ ପଣ୍ଡିତ ପଦ୍ମନାଭ ପଣ୍ଡା, ଧରଣୀଧର ଦ୍ୱିବେଦୀ ଙ୍କ ଦ୍ୱାରା ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପ୍ରତିଷ୍ଠା ସହିତ ବିଗ୍ରହ ସ୍ଥାପନ କରାଯାଇଥିଲା । ପ୍ରଧାନଶିକ୍ଷକ ରତ୍ନାକର ପଣ୍ଡା ଓ ତାଙ୍କର ଧର୍ମପତ୍ନୀ ସୀତା ଚଇନି କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ମହିମାମୟୀ ପଲେଇ, ଦିବ୍ୟ ପ୍ରକାଶ ରାଉତ, ଦେବାଶିଷ ଜେନା, ଅର୍ଜମା ଅର୍ପିତା ପତି, ନିରାକାର ସେଠୀ, ପରେଶ କୁମାର ପରିଡା, ରବିନାରାୟଣ ସେଠୀ, ବାସନ୍ତୀ କୁମାରୀ ସାହୁ, ସନ୍ଧ୍ୟାରାଣୀ ମହାରଣା, ପ୍ରମୋଦ କୁମାର ବେହେରା, ଟୁକୁନା ବେହେରା, ସ୍ମୀତାଞ୍ଜଳୀ ଦାସ, ପ୍ରୀୟଙ୍କା ସେନାପତି, ଅଚ୍ୟୁତାନନ୍ଦ ଦାସ, ଗୋଲକ ସାହୁ, ଗିରିଧାରୀ ଦାସ, ମୋ ସ୍କୁଲ ଅଭିଯାନର ସଭାପତି ବିଦ୍ୟାଧର ଜେନା, ପରିଚାଳନା କମିଟି ସଭାପତି ସୁଦର୍ଶନ ପଣ୍ଡାଙ୍କ ସମେତ ସମସ୍ତ କମିଟି ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଆଖ ପାଖ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ ।


