ରାଜେନ୍ଦ୍ରପୁର ପଞ୍ଚାୟତର ସାଧାରଣ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସମିତିସଭ୍ୟା ସରୋଜିନୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ ସାହୁ, ନାଏବ ସରପଞ୍ଚ ରୀନା ଜେନା,  ଧ୍ରୁବଚରଣ ବାରିକ, ବିନୋଦ ରାଉତ, ପ୍ରସନ୍ନ ସାହୁ , ଚିତ୍ତରଞ୍ଜନ ପତି, ବିମ୍ବାଧର ପତି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଏନଆରଇଜିଏସ, ପାନୀୟ ଜଳ ଯୋଗାଣ ଓ ଜଳଛତ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ ପାଇଥିଲା। ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ବୈଠକରେ ଯୋଗଦେଇଥିବା ବେଳେ ଦେବାନନ୍ଦ ସେଠୀ ଧନ୍ୟବାଦ ଦେଇ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ