ବାଇକ ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ
ଯୋଡ଼ା, (ଯୁଗାଦ୍ଦ ନ୍ୟୁଜ ) : କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଅଁଶେଇକଳା ଗ୍ରାମର ଲବ ମହାକୁଡ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରନୁସାରେ, ମୃତ ଲବ ମହାକୁଡ ଗୁରୁବାର ସନ୍ଧ୍ୟାରେ ଝାଡଖଣ୍ଡ ରାଜ୍ୟର ସିଆଳିଯୋଡା ରାମପୁର ଅଂଚଳର ନିଜ ଭଉଣୀ ଘରକୁ ଯାଉଥିବା ବେଳେ ଅଁସେଇକଳା-ପୁରୁଷୋତମପୁର ରାସ୍ତାରେ ତାଙ୍କ ବାଇକ ନଂ ଓଡି୧୪ ଆର ୮୦୧୩ ଭାରସାମ୍ୟ ହରାଇ ଏକ ଜାମୁ ଗଛରେ ପିଟି ହୋଇଯାଇଥିଲା । ଫଳରେ ଲବ ମହାକୁଡ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଏନେଇ ଯୋଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।


