ପଣା ସଂକ୍ରାନ୍ତୀ ଅବସରରେ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ବନ୍ତ,(ଚାନ୍ଦିନୀ ମହାନ୍ତି) : ପବିତ୍ର ପଣା ସଂକ୍ରାନ୍ତୀ ଅବସରରେ ବନ୍ତ ବ୍ଲକର ବିଭିନ୍ନ ଶୈବ ଓ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଥିବା ମହାଦେବ ମନ୍ଦିର, ଶନି ମନ୍ଦିର, ହନୁମାନ ମନ୍ଦିର, ତାରିଣୀ ପୀଠ ସମେତ ବିଭିନ୍ନ ମନ୍ଦିରରେ ପୁରୁଷ ଓ ମହିଳା ଭକ୍ତ ମାନେ ସକାଳୁ ସକାଳୁ ପୂଜାର୍ଚ୍ଚନା ପାଇଁ ଭିଡ ଜମାଇଥିଲେ । ବୈଶାଖ ମାସ ଧର୍ମ ମାସ ହୋଇଥିବା ବେଳେ ଏହା ଓଡିଆ ମାସର ଆରମ୍ଭ ଥିବାରୁ ସମସ୍ତ ଓଡିଆ ଘରର ମହିଳା ଓ ପୁରୁଷ ମାନେ ଭକ୍ତିପୂତ ଚିତ୍ତରେ ମନ୍ଦିର ଯାଇ ଦିଅ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଘରପଦାସ୍ଥିତ ଶନି ମନ୍ଦିର, ନିଳୋକସ୍ଥିତ ମହାଦେବ ମନ୍ଦିର, ହନୁମାନ ମନ୍ଦିର ଏବଂ ବନ୍ତ, ଗଣିଜାଙ୍ଗ, ସେଣ୍ଢତୀରା, ଶିଆଳିଆ, କେନ୍ଦୁଆପଦା, ବସନ୍ତିଆ, ନିମାପଡା, ରାମକୃଷ୍ଣପୁର, ଛୟାଳସିଂହ, ଓଡଙ୍ଗ ସମେତ ବିଭିନ୍ନ ସ୍ଥାନରେ ଅବସ୍ଥିତ ମନ୍ଦିର ଗୁଡିକରେ ଆଜି ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ