ଭାଗବତ ପାରାୟଣ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଜଳହରି ସାମଲ ସାହି ଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଛି । ପୂଜକ ଞାନେନ୍ଦ୍ର ମିଶ୍ର ବୈଦିକ ବିଧି ଅନୁଯାୟୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରିବା ପରେ ଉତ୍ସବ ଶୁଭାରମ୍ଭ ହୋଇଛି। ପ୍ରଥମେ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ଅରୁଣ ସାମଲ ଓ ଗୀତାଞ୍ଜଳି ସାମଲ ସଂକଳ୍ପ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି । ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଗ୍ରାମର ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦେଇଥିବା ବେଳେ ଵ୍ରାହ୍ମଣକ ଦ୍ଵାରା ଭାଗବତ ପାଠ ଅନୁଷ୍ଠିତ ହୋଇଛି । ସପ୍ତଦିନ ବ୍ୟାପୀ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ପରିଚାଳନା କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ