ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେଡ଼ିର ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ତିର୍ତୋଲ (ଅଭିଷେକ ତ୍ରିପାଠୀ ) :-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତିର୍ତ୍ତୋଲ ଯୁବ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସଙ୍କ ତତ୍ତ୍ଵାବଧାନରେ ଏକ ବିଶାଳ ନିର୍ବାଚନମଣ୍ଡଳୀସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବସନ୍ତ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବିଧାୟକ ନିଜେ ରକ୍ତ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ, ସର୍ବମୋଟ ୧୭୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର,ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ଉପାଧ୍ୟକ୍ଷ ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଜାତା ମହାନ୍ତି,ବ୍ଲକ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ,ରଘୁନାଥପୁର ବ୍ଲକ ବିଜେଡ଼ି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ବିରିଡ଼ି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବେହେରା,ଚନ୍ଦ୍ରଶେଖର ଦାଶ, ସଭ୍ୟା ତଥା ରଞ୍ଜିତା ସିଂ,ଦିପ୍ତିମୟୀ ରାୟ, ରୀନାରାଣୀ ମଲ୍ଲିକ, ଇତିଶ୍ରୀ ମଲ୍ଲିକ ,ଯୁବ ନେତା ସୁମିତ୍ ଦାସ,ବିମଳ ମହାପାତ୍ର, ବିନୟ ମହାପାତ୍ର,ଅଶ୍ୱିନ ବିଶ୍ଵାଳ,ତପନ ମହାନ୍ତି,ଅମରଜ୍ୟୋତି ସାହୁ,ବିରଞ୍ଚି ନାରାୟଣ ମଲ୍ଲିକ,ଅମୂଲ୍ୟ ମହାପାତ୍ର,ରମେଶ ରାଉଳ, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି ସଭାପତି ଶୁଭ୍ରକାନ୍ତ ଜେନା, କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ତିର୍ତ୍ତୋଲ ବ୍ଲକ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଦିନେଶ ବେହେରା, ରଘୁନାଥପୁର ବ୍ଲକ ଛାତ୍ର ବିଜେଡ଼ି ସଭାପତି ଶକ୍ତି ଶଙ୍କର ପଟ୍ଟନାୟକ, ବିରିଡ଼ି ବ୍ଲକ ଛାତ୍ର ବିଜେଡ଼ି ସଭାପତି ଗୋରେଖ ଆଶ୍ରିତ ବେହେରା,ଜିଲ୍ଲା ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଦେବୀପ୍ରସାଦ ମହାପାତ୍ର,ସମ୍ପାଦକ ଜୀବନ ଦାସ,ଛାତ୍ର ନେତା ସୋମେନ ବରାଳ, ସେଲିନ ବରାଳ, ସୁରତ ପଲାଇ,ଦେବାଶିଷ ରାଉତ, ବିଶ୍ୱଜିତ୍ ମହାନ୍ତି, ଜୋସେଫ ସ୍ବାଇଁ, ରାଜେଶ ମିଶ୍ର,ଅରିଜିତ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ