ୟୁଏସ୍ଆଇ ସଂଗଠନ, ଶିଶୁ ମନ୍ଦିର ଓ ମହାବିଦ୍ୟାଳୟ ସହଯୋଗରେ ଜଳଛତ୍ରର ବ୍ୟବସ୍ଥା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର-ଜାମଦା ରାସ୍ତାକଡ଼ ତଥା ଜାମଦା ବ୍ଲକର ଶଙ୍କରପୁର(ଲୁପୁଙ୍ଗ ସାହି)ଠାରେ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ପ୍ରଚେଷ୍ଟାରେ ‘ଜଳଛତ୍ର କେନ୍ଦ୍ର’ ଶହୀଦ ବିର୍ସା ମୁଣ୍ଡା କଲେଜର ଇଂରାଜୀ ଅଧ୍ୟାପକ ମାନସ ପରିଡ଼ା(ମୁଖ୍ୟ ଅତିଥି)ଙ୍କ ସହଯୋଗରେ ଉଦ୍ଘାଟିତ ହୋଇଯାଇଛି | ୟୁଏସ୍ଆଇ ସଂଗଠନର କୁନି ସଦସ୍ୟା ପକ୍ଷାନ୍ବିତା ପ୍ରଜ୍ଞା ପରିମିତା ଶତପଥୀ,ସୁନୟନା ମୁର୍ମୁ, ଦୃଷ୍ଟି,ସୃଷ୍ଟି ସାହୁ,ଏଲି ଶତପଥୀଙ୍କ ଉଦ୍ଦେଶ୍ୟରେ ଏହି ଜଳଛତ୍ର କେନ୍ଦ୍ର ଖୋଲାଯାଇଛି | (୧)ୟୁଏସ୍ଆଇ ସଂଗଠନ ମୟୂରଭଞ୍ଜ, ଓଡ଼ିଶା, (୦୨)ସରସ୍ବତୀ ଶିଶୁ ମନ୍ଦିର, ଜାମଦା, (୦୩) ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ, ତାଳଗାଁଙ୍କ ମିଳିତ ସହଯୋଗ ତଥା ଆଡଭୋକେଟ୍ ବଂଶୀଧର ଦାସ,କିଶୋର କୁମାର ବେହେରା,ଦୀପକ କୁମାର ମହାନ୍ତି,ଆନନ୍ଦ ବିନ୍ଧାଣୀ,କୁମାର କଲ୍ୟାଣ ଶତପଥୀ, ଲକ୍ଷ୍ମୀ ଶତପଥୀ, ପ୍ରଶ୍ନ କୁମାର ଶତପଥୀ, ତାରିଣୀ ଭାଇ, ଆବାହକ ପ୍ରତୀକ୍ଷା ମିଶ୍ର, ମୋହନ ମୁର୍ମୁଙ୍କ ସହଯୋଗରେ ଦୀର୍ଘ ଦୁଇମାସ ପାଇଁ ଏହି ଜଳଛତ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତି ରବିବାର ଦହି ସରବତ,ଲେମ୍ବୁ ସରବତ ବଣ୍ଟନ କରାଯିବାର ସ୍ଥିରୀକୃତ ହୋଇଛି |ବାମନଘାଟୀ ସଂଯୋଜକ ମୋହନ ମୁର୍ମୁ,ସଂଯୋଜିକା ମାଇଦି ମୁର୍ମୁ ପ୍ରାକୃତିକ ଢାଞ୍ଚାରେ ଜଳ ଛତ୍ର କେନ୍ଦ୍ରକୁ ଛଣ, ମାଟିହାଣ୍ଡି, ଘଟ ଯୋଗାଇ ଏହି ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇଛି | ୟୁଏସ୍ଆଇ ସଂଯୋଜିକା ଆନନ୍ଦିତା ଶତପଥୀଙ୍କ ପରୋକ୍ଷ ସହଯୋଗରେ ଗ୍ରୀଷ୍ମକାଳୀନ ପ୍ରତି ରବିବାରରେ ଦହି,ଲେମ୍ବୁ ସରବତ ବଣ୍ଟନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି | ଜଳଛତ୍ର ଉଦ୍ଘାଟନ ପରେ ଅତିଥିଗଣ ଦହି ସରବତ ପାନ ପୂର୍ବକ ବିଦାୟ ଦିଆଯାଇଥିଲା | ଏନ୍ଏସ୍ଏସ୍,ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ ତାଳଗାଁ, ସରସ୍ୱତୀ ଶିଶୁ ମନ୍ଦିର ଜାମଦାର ବିଦ୍ୟାର୍ଥୀଗଣ ବଣ୍ଟନ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ |


