ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ଓକିଲ ସଂଘ ପକ୍ଷରୁ ବୁଗୁଡା ବିଚାରବିଭାଗୀୟ ଅଦାଲତ ପରିସରରେ ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ଏପ୍ରିଲ ୨୮ ତାରିଖ ଦିନ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଗୁଡା କୋର୍ଟର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଅରୋଲିତି ପରିଚା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବହ୍ମପୁରର ବରିଷ୍ଠ ଓକିଲ ବସନ୍ତ କୁମାର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଛତ୍ରପୁରର ଓକିଲ ଅନିଲ କୁମାର ପଣ୍ଡା ଓ ବୁଗୁଡା ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ଦାଶ ଯୋଗ ଦେଇଥିଲେ। ବୁଗୁଡା ଓକିଲ ସଂଘ ସଭାପତି ମିହିର କାନ୍ତ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସରକାରୀ ଓକିଲ ରବୀନ୍ଦ୍ର କୁମାର ପଣ୍ଡା ଓ ବିଭୁଦତ୍ତ ନାୟକ ଙ୍କ ସମେତ ବୁଗୁଡା କୋର୍ଟ ଓକିଲ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଶ୍ରୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ସେହିପରି ମୁଖ୍ୟ ବକ୍ତାଭାବେ ବ୍ରହ୍ମପୁରର ବରିଷ୍ଠ ଓକିଲ ବିଷ୍ଣୁ ମୋହନ ପ୍ରସାଦ ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଓ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ଓକିଲ ଓ ଜନସାଧାରଣ ଯୋଗ ଦେଇଥିଲେ । ବୁଗୁଡା ଓକିଲ ସଂଘର ସମ୍ପାଦକ ଆର୍ତ୍ତାବନ୍ଧୁ ଖାଡଙ୍ଗା ସ୍ୱାଗତ ଭାଷଣ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ