ଆରମ୍ଭ ହେଲା ଅଫ ଲାଇନ ମ୍ୟାଟ୍ରିକ ପରୀକ୍ଷା :୯ଗୋଟି କେନ୍ଦ୍ରରେ ୧୩୫୪ଜଣ ବିଦ୍ୟାର୍ଥୀ ଦେଲେ ମ୍ୟାଟ୍ରିକ ପରୀକ୍ଷା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେବ ଅଫ ଲାଇନ ମ୍ୟାଟ୍ରିକ ପରୀକ୍ଷା ବନ୍ଦ ରହିଥିଲା। ଚଳିତ ବର୍ଷ ମହାମାରୀର ପ୍ରକୋପ କମିଥିବା ବେଳେ ଆଜିଠାରୁ ସାରା ରାଜ୍ୟରେ ଅଫ ଲାଇନ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକର ୯ଗୋଟି କେନ୍ଦ୍ରରେ ଆଜି ଶାନ୍ତିଶୃଙ୍ଖଳାର ସହିତ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ବାରିକପୁର ହାଇସ୍କୁଲ ଠାରେ ୧୪୧ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ସେହିଭଳି କୁଲଣା ଠାରେ ୧୪୫,ମଞ୍ଜୁରୀରୋଡ଼ ଠାରେ ୨୧୪, ସରସଦା ଠାରେ ନିୟମିତ ପରୀକ୍ଷାର୍ଥୀ ୧୬୨ ଓ ଏକ୍ସ ରେଗୁଲାର ୨୮ , ରହଣିଆ ଠାରେ ୧୮୫ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ଅନୁରୂପ ଭାବେ ବାଲିପୋଖରୀ ଠାରେ ୧୧୩, ଭଣ୍ଡାରିପୋଖରୀ ହାଇସ୍କୁଲ ଠାରେ ୧୦୫, ଯଶୋଟିକିରି ଠାରେ ୯୮, ହାରାମଣି ବାଳିକା ବିଦ୍ୟାଳୟ ଠାରେ ନିୟମିତ ପରୀକ୍ଷାର୍ଥୀ ୧୧୪ ଜଣଙ୍କ ସହିତ ୪୯ଜଣ ମଧ୍ୟମା ମ୍ୟାଟ୍ରିକ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି। ମୋଟ ଉପରେ ୧୩୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧୦ଜଣ ଅନୁପସ୍ଥିତ ରହିଥିଲେ। ପ୍ରଥମ ଦିନ ଇଂରାଜୀ ବିଷୟ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ