୨୦୧୫ ବ୍ୟାଚର ୨୮ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହେଲେ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ୨୦୧୫ ବ୍ୟାଚର ୨୮ଜଣ କନିଷ୍ଠ ଶିକ୍ଷକ ନିୟମିତ ହୋଇଛନ୍ତି । ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଇଓ ଅଭୟ କୁମାର ବେହେରା ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା, ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ମଞ୍ଜୁଲତା ରାଉତ ପ୍ରମୁଖ ଯୋଗଦେଇ ଆକାଶ କୁମାର ସାହୁ, ତପନ କୁମାର ନାୟକ, ଆରତୀ ଜେନା, ସୁଲୋଚନା ସାହୁ, ରୁପା ମୈକାପ, ଲୋପାମୁଦ୍ରା ସାହୁ, ବନିତା ସାହୁ, ରାଜଶ୍ରୀ ସାହୁ, ଅଞ୍ଜଳୀ ପାଗଳ, ବିଶ୍ୱଜିତା ରାଉତ, ଚିନ୍ମୟୀ ସାହୁ, ଗୀତାରାଣୀ ସା, ମିଲୀ ଜେନା, ସୁନିତା ସାହୁ, ମୋନାଲିସା ଦାସ, ସୀପ୍ରାରାଣୀ ଜେନା, ପାର୍ବତୀ ସେଠୀ, ସତ୍ୟଭାମା ମିଶ୍ର, ସରିତା ନାୟକ, ବନଜା ମଞ୍ଜରୀ ପାତ୍ର, ଧରିତ୍ରୀ ରାଣୀ ବେହେରା, ସରୋଜିନୀ ପୁହାଣ, ତପସ୍ୱିନୀ ମଲ୍ଲିକ ପ୍ରମୁଖଙ୍କୁ ନିୟମିତ ଆଦେଶପତ୍ର ପ୍ରଦାନ କରିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ନିଜକୁ ସମର୍ପିତ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।