ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ସମ୍ଭାବ୍ୟ ବାତ୍ୟା ଆସାନୀ ପାଇଁ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ କୃଷି, ଜଳ ଓ ପରିମଳ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ବିଦ୍ୟୁତ ବିଭାଗ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବ୍ଲକ ଅଞ୍ଚଳରେ ଯେଉଁଭଳି ଜନଜୀବନ ପ୍ରଭାବିତ ନହୁଏ ସେନେଇ ବୈଠକରେ ବିଭିନ୍ନ ଆଲୋଚନା ହୋଇଥିଲା। ବିଶେଷ କରି ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଔଷଧ ମହଜୁଦ ରଖିବା ସହ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ମିଶନଶକ୍ତି ଗୃହ, ଚିତ୍ତବିନୋଦନ କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ଅଧିକାରୀ ମାନଙ୍କୁ କୁହାଯାଇଥିଲା। ଏଥିରେ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଆରଏସ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ