ବେଆଇନ ମାଟି ଟ୍ରାକ୍ଟରରୁ ଜୋରିମାନା ଆଦାୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ତହସିଲ ଅଧିନ ଦକ୍ଷିଣବାଡ଼ ପଞ୍ଚାୟତ ସାହାରାଗଡ଼ିଆ ନିକଟରୁ ଆଜି ଏକ ବେଆଇନ ମାଟି ଟ୍ରାକ୍ଟରରୁ ଜୋରିମାନା ଆଦାୟ ହୋଇଛି । ଉକ୍ତ ସ୍ଥାନରୁ ଏକ ଜେସିବି ଓ କିଛି ଟ୍ରାକ୍ଟର ବେଆଇନ ମାଟି ଖନନ କରୁଥିବା ଖବର ମିଳିବା ପରେ ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ଧଳ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ କୌଶଳ କ୍ରମେ ଜେସିବି ଓ କିଛି ଟ୍ରାକ୍ଟର ଖସି ପଳାଇଥିଲେ । କେବଳ ଗୋଟିଏ ଟ୍ରାକ୍ଟରକୁ ଅତିରିକ୍ତ ତହସିଲଦାର ଜବତ କରିଥିବା ବେଳେ ସେଥିରୁ ୮୧୦୫ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି ।