ଯୋଡାରେ ପ୍ରେସ ଦିବସ ପାଳିତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରରେ ଶନିବାର ଦିନ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଯୋଡା ସହରର ଥିବା ଖବରଦାତା ମଣିନ୍ଦ୍ର ସୁନ୍ଦର ବାରିକ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ବିଭିନ୍ନ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଂଟନ କରିଥିଲେ । ସନ୍ଧ୍ୟାରେ ପଶ୍ଚିମ ଯୋଡା କ୍ଲବରେ ଏକ ବାର୍ଣ୍ଣାଢ୍ୟ ସମାରୋହର ଆୟୋଜନ କରାଯାଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇ , ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, କେନ୍ଦୁଝର ଡିପିଆରଓ ସଂଜୀବ କୁମାର ବାରିକ, ଯୋଡା ପ୍ରେସ କ୍ଲବ ସଭାପତି ପ୍ରମୋଦ ମହାନ୍ତ , ଖବରଦାତା ରାଖାଲ ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ । ସଭା ପରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ଓଡିଶୀ ନୃତ୍ୟ, ଶିବତାଣ୍ଡବ ନୃତ୍ୟ ପରିବେଷଣ କରାଯାଇଥିଲା । ଯୋଡା ପ୍ରେସ କ୍ଲବ ପକ୍ଷରୁ ଏହି ସମାରୋହର ଆୟୋଜନ କରାଯାଇଥିଲା ।


