୩୬ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ଓ ନବାନ୍ନ ପାରାୟଣ

ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପ ମଧୁବନସ୍ଥିତ ମାରୁତି ମଣ୍ଡପ ଠାରେ ୩୬ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ସନ୍ଥ ତୁଳସୀଦାସ କୃତ ଶ୍ରୀରାମ ଚରିତ ମାନସ ପାରାୟଣ, ବ୍ୟାସ-ମହନ୍ତ ରମେଶ ମହାରାଜଙ୍କ ଦ୍ୱାରା ପରିଚାଳିତ ହେଉଛି । ପ୍ରତ୍ୟହ ସଂଧ୍ୟା ଆଳତି ପରେ ଶ୍ରୀରାମ ଦୟା ପରିଷଦ ସଭ୍ୟମାନଙ୍କ ଦ୍ୱାରା ହନୁମାନ ଚାଳିଶା ପାଠ ଏବଂ ଏହା ପରେ ଶ୍ରୀ ସତ୍ୟସାଇ ସେବା ସମିତି, ପାରାଦୀପ ପକ୍ଷରୁ ଭଜନ ପରିବେଶଣ କରାଯାଉଛି । ବରେଣ୍ୟ ପ୍ରବଚକ ରତ୍ନାକର ନାୟକ(ପୁରୀ)ଙ୍କ ଦ୍ୱାରା ପ୍ରବଚନ ସାଧାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଏଣୁ ଏଥିରେ ବହୁ ସଂଖ୍ୟାରେ ଯୋଗଦାନ କରି ଦିବ୍ୟ ଦର୍ଶନ ସହିତ ରାମ କଥାମୃତ ଶ୍ରବଣ ପୂର୍ବକ ଜୀବନକୁ ଧନ୍ୟ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖରେ ଶେଷ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ