ରେସୱା ଅନୁଷ୍ଠାନ ପକ୍ଷରୁ ଇଦ ମିଲନ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଇଦ ମିଲନ ଉତ୍ସବ ମନକରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେଶ ଦାସ, ପୂର୍ବତନ ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦିପ କୁମାର ସାହୁ, ବିଶିଷ୍ଟ ଚିତ୍ରକଳା ଶିଳ୍ପୀ ଅଜୟ କୁମାର ପଣ୍ଡା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କେନ୍ଦ୍ରାପଡାର ଭାଇଚାରାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ରେସୱାର କର୍ମକର୍ତ୍ତା ସେକ ଲିୟାକତ ହୁସେନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଯୁବ ବନ୍ଧୁମାନେ ଯୋଗଦେଇ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ପରେ ସମସ୍ତେ ଏକତ୍ରିତ ବସି ଭୋଜନ କରିବା ସହ ଇଦ ମିଲନ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ