ମାତୃପିତୃ ପୂଜନ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତ ଵିରୋଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ମାତୃପିତୃ ପୂଜନ କାର୍ଯ୍ୟକ୍ରମ ସହିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଵିନୋଦ ଜେନା, ସମ୍ମାନିତ ଅତିଥି ଭାବେ ସିଆରସିସି ଵିନୋଦ ଚନ୍ଦ୍ର ରାଉତ, ସାମାଜିକ କର୍ମୀ ସୁବଳ ମଲିକ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଦୁର୍ଯୋଧନ ଲେଙ୍କା ପ୍ରମୁଖ ଯୋଗଦେଇ ମାତୃପିତୃ ପୂଜନ ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟକୁ ପ୍ରବେଶ କରିଥିବା ନୂତନ ଛାତ୍ରଛାତ୍ରୀମାନଙ୍କ ସହିତ ଅନ୍ୟ ବିଦ୍ୟାର୍ଥୀ ମାନେ ଉପସ୍ଥିତ ମାତାପିତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର କୁମାର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଲୋପାମୁଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ମଙ୍ଗଳ ସୋରେନ, ଅନ୍ନପୂର୍ଣ୍ଣା ବେହେରା, ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ଜେନାଙ୍କ ସମେତ ସଭ୍ୟସଭ୍ୟା ମାନେ ପରିଚାଳନା କରିଥିଲେ ।