ବର୍ଷ ବର୍ଷ ଧରି ପୋଖରୀ ଉନ୍ନୟନ କାମ ସରୁନି : ଠିକାଦାର ଓ କର୍ମଚାରୀଙ୍କ ମଧୂଚନ୍ଦ୍ରିକାକୁ ନେଇ ଚର୍ଚ୍ଚା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ କ୍ରୀଷ୍ଣା ସିନେମାହଲ ସମ୍ମୁଖରେଥିବା ଶଙ୍କୁରୀ ପୋଖାରୀର ଉନ୍ନୟନ କାମ ଦୀର୍ଘ ୧୫ବର୍ଷ ହେଲା ସରୁନି । ଏହି ୧୫ ବର୍ଷ ମଧ୍ୟରେ କେତେଥର ଯେ ବିଲ୍ ହୋଇଛି, କେତେଥର ଯେ ଠିକାଦାର ବିଲ ନେଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁନଥିବା ବେଳେ ବର୍ତ୍ତମାନ ପୁଣି ଏହି ପୋଖରୀର ଉନ୍ନୟନ କାମ ପାଇଁ ପୌରପରିଷଦ ଅଣ୍ଟା ଭିଡିଛି । ହେଲେ ଏ ନେଇ ଖର୍ଚ୍ଚ କିମ୍ବା କାମ ସମ୍ବନ୍ଧୀୟ କୌମସି ସୂଚନା ଫଳକ ମାରି ନାହିଁ ପୌରପରିଷଦ । ସୂଚନା ଯୋଗ୍ୟ ଯେ, ଏହି ପୋଖରୀର ଉନ୍ନୟନ କାମ ପାଇଁ ପ୍ରାୟ ୧୫ବର୍ଷ ପୂର୍ବେ ଅଣ୍ଟା ଭିଡିଥିଲା ପୌର ପ୍ରଶାସନ । ତେବେ କିଛି କାମ କିବା ପରେ ପୋଖରୀର ହୁଡା ଏବଂ ଏହାର ପାଶ୍ୱର୍ରେ ଥିବା ଏକ ନାଳକୁ ଓସାରିଆ କରିଦେଇ ଥିଲା । ଏହା ଫଳରେ ପୋଖରୀ ସଂଙ୍କୁିଚିତ ହେବା ସହ ମୁଖ୍ୟ ନାଳ ମୁଖ୍ୟ ରାସ୍ତା କଡରେ ପ୍ରବାହିତ ହେଉଥିବାରୁ ରାସ୍ତା ଧସିବାକୁ ବସିଛି । ଇତି ମଧ୍ୟରେ ଏହି ପଖୋରୀ ଉପରେ ଭରସା ବା ଜୀବନ ଜୀବୀକା କରୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବୀକା ହରାଇଛନ୍ତି । ଏହି ପୋଖରୀ ଉପରେ ପ୍ରାୟ ମତ୍ସ୍ୟ ଜୀବୀମାନେ ନିର୍ଭର କରି ମାଛ ଚାଷ କରି ଜୀବୀକା ଗୁଜାରଣ କରୁଥିଲେ । ହେଲେ ୧୫ ବର୍ଷ ପରେ ମଧ୍ୟ ଏହି ପଖୋରୀର କାମ ସରିବାର ନାମଗନ୍ଧ ନେଉ ନଥିବାବେଳେ ବର୍ତ୍ତମାନ ପୁନର୍ବାର ଉନ୍ନୟନ କାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏହି ପୋଖରୀକୁ ସମ ତୁଳ କରି ମାର୍କେଟ କମ୍ପେ୍ଲକ୍ସ କରିବା ପାଇଁ ମସୁଧା ଚଳାଇଛି ପୌରପରିଷଦ । ରଜା ରାଜୁଡା ଶାସନ ସମୟରେ ସହରରେ ଜଳ କଷ୍ଟରୁ ବଞ୍ଚିତ ହେବାପାଇଁ ତତ୍କାଳୀନ ରାଜାମାନେ ସେମାନଙ୍କ ଶାସନ ଅମଳରେ ବିଭିନ୍ନ ଜଳାଶୟ ଗୁଡିକୁ ଖନନ କରି ଲୋକାର୍ପିତ କରିଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପୋଖରୀ ଗୁଡିକ ଅତି ପୁରାତନ ତଥା ଆବଶ୍ୟକୀୟ ରକ୍ଷଣା ବେକ୍ଷଣ ଅଭାବରୁ ଏହି ଜଳାଶୟ ଗୁଡିକ ପୋତି ହୋଇପଡିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ରକ୍ଷଣା ବେକ୍ଷଣ ନାମରେ ଗତ ୧୫ବର୍ଷ ପୂର୍ବେ ଶଙ୍କୁରୀ ପୋଖରୀ, ପଟ୍ଟନାୟକ ପୋଖରୀ, ନୀଳିଆ ବନ୍ଧ ଆଦିର ପୁନଃ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହେଲେ ଏହି ପୋଖରୀ ଗୁଡିକ ବର୍ତ୍ତମାନ ଉନ୍ନୟନ ନାମରେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୂଚନ୍ଦ୍ରିକାର ସେତୁ ପାଲଟିଅଛି । ନା ହେଉଛି ଉନ୍ନତି, ନା ହେଉଛି ଅବନ୍ନତି । ବିଲ୍ କରୁଛନ୍ତି ପଇସା ଉଠାଉଛନ୍ତି । ଏପରି ଭାବରେ ଟଙ୍କା ଅର୍ଜନ କରିବାର ସେତୁ କରିଦେଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ବୋଲି ଖୁବ ଆଲୋଚନା ହେଉଛି ।


