ବାହ୍ୟ ମଳମୁକ୍ତ ଗ୍ରାମପଞ୍ଚାୟତ ଭାବେ ବ୍ଲକରେ ସିମିଳି ପ୍ରଥମ : ପଂଚାୟତକୁ ମିଳିଲା ଆବର୍ଜନା ବୁହା ଗାଡି
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମ ପଞ୍ଚାୟତକୁ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପ୍ରଥମ ଗ୍ରାମ ପଞ୍ଚାୟତ ଭାବେ ଗ୍ରାମପଞ୍ଚାୟତକୁ ସ୍ୱଚ୍ଛ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ତରଫରୁ ଏକ ବେଟିରି ଚାଳିତ ଅଳିଆ ବୁହା ଗାଡି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋପବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଓ ବିଡିଓ ଦିପ୍ତିରାଣି ଦାସ, ସିମିଳି ଗ୍ରାମପଞ୍ଚୟତର ସରପଞ୍ଚ ବିଶ୍ୱଜିତ ସ୍ୱାଇଁ , ପୂର୍ବତନ ସରପଂଚ ଭାସ୍କର ସେଠ୍, ବ୍ଲକ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପୃଷ୍ଟି , ପୁରୀ ଜିଲ୍ଲା ସ୍ୱଚ୍ଛ ଭାରତ ମିଶନର ଅଧିକାରୀ ପ୍ରମୁଖ ଯୋଗ ଦେଇ ଏହି ବ୍ୟାଟେରୀ ଚାଳିତ ଆବର୍ଜନା ବୁହା ଗାଡିର ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଏହି ଗାଡି ପ୍ରତ୍ୟେକ ଦିନ ୧୬ଗୋଟି ୱାର୍ଡକୁ ଯାଇ ଆବର୍ଜନାକୁ ସଂଗ୍ରହ କରିବା ସହିତ ପଂଚାୟତକୁ ସ୍ୱଚ୍ଛ ମୁକ୍ତ କରିବା ପାଇଁ ସରପଂଚ ବିଶ୍ବଜିତ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଭାସ୍କର ସେଠ, ସିମିଳି ସମିତି ସଭ୍ୟା ମିନତୀ ସାହୁ, ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ଓ୍ବାର୍ଡ ସଭ୍ୟ ସଭ୍ୟା ଓ ବିଭିନ୍ନ ଗ୍ରାମର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।


