ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କଲେ ଜନପ୍ରତିନିଧି ଓ ଅଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଶନିବାର ବନ୍ତ ବ୍ଲକର ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ନୋଡାଲ ହାଇସ୍କୁଲ, ଟିଲୋ ସରକାରୀ ନୋଡାଲ ହାଇସ୍କୁଲ, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ନିର୍ମାଣ ଚାଲିଥିବା ୫ଟି ବିଦ୍ୟାଳୟ ଗୁଡିକୁ ଅଧିକାରୀ ଓ ଜନପ୍ରତିଧି ମାନେ ପରିଦର୍ଶନ କରିଥିଲେ । ଏହି ଅବସରରେ ସେମାନେ ବିଜ୍ଞାନାଗାର, ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍‌, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ । ଅସଂପୂର୍ଣ୍ଣ କାର୍ଯ୍ୟକୁ ଆସନ୍ତା ୩୧ ତାରିଖ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ବେଳେ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଏ.ପି.ଡି କୁଶଳ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ଶୁଭଦର୍ଶନ ମିଶ୍ର, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, କନିଷ୍ଠ ଯନ୍ତ୍ରୀ ସୁପ୍ରଭା ପ୍ରଧାନ, ପ୍ରଜ୍ଞା ମହାନ୍ତି ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ବଳ, ପ୍ରାକ୍ତନ ସରପଞ୍ଚ ଅଶୋକ ମହାନ୍ତି, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ନିରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ